ପ୍ରେମିକାକୁ ସୁଟକେଶରେ ପୁରେଇ ହଷ୍ଟେଲ ଭିତରକୁ ନେବାବେଳେ ଧରାପଡ଼ିଲା ପ୍ରେମିକ ଇଞ୍ଜିନିୟରିଂ ଛାତ୍ର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ଉଦୁପିରେ ଥିବା ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଜଣେ ଇଞ୍ଜିନିୟରିଂ ଛାତ୍ର ଏକ ବଡ ସୁଟକେସରେ ତାଙ୍କ ପ୍ରେମିକାକୁ ପୁରେଇ ହଷ୍ଟେଲ ଭିତରକୁ ନେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଦୁଃର୍ଭାଗ୍ୟବଶତ ତାଙ୍କ ଏହି ଯୋଜନା ଫଳପ୍ରଦ ହୋଇନଥିଲା । ଆଉ ସେ ଧରାପଡ଼ିଯାଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଏହାର ଚର୍ଚ୍ଚା ଜୋର ଧରିଲା । ଏପରିକି ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା । ସେପଟେ ତୃତୀୟ ଲୋହାର ପାଇଁ ହଷ୍ଟେଲରେ ବାହାର ଲୋକଙ୍କୁ ଆସିବାକୁ ଅନୁମତି ଦିଆଯାଉନଥିଲା । ଏହି କାରଣରୁ, ଛାତ୍ର ଜଣକ ପ୍ରେମିକାଙ୍କ ସହ ସମୟ ବିତାଇବାକୁ ଚାହୁଁଥିଲା ଏବଂ ଏପରି ଏକ ଚତୁର ଯୋଜନା ପ୍ରସ୍ତୁତ କରିଥିଲା ବୋଲି ସୂଚନା ମିଳିଛି । ତେବେ କର୍ଣ୍ଣାଟକର ଉଦୁପିରେ ଥିବା ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଜଣେ ଇଞ୍ଜିନିୟରିଂ ଛାତ୍ର ଫେବୃଆରୀ ୨ ରେ ଏକ ବଡ ସୁଟକେସରେ ଭର୍ତ୍ତି କରି ତାଙ୍କ ପ୍ରେମିକାଙ୍କୁ ତାଙ୍କ ହଷ୍ଟେଲ ଭିତରକୁ ନେବାକୁ ଚେଷ୍ଟା କରୁଥିଲେ କିନ୍ତୁ ସେ ଧରାପଡ଼ିଯାଇଥିଲେ ।

କେୟାରଟେକର ଛାତ୍ରଙ୍କୁ କାହିଁକି ଏତେ ବଡ଼ ସାମଗ୍ରୀ ନେଇ ଆସୁଛନ୍ତି ବୋଲି ପଚାରିଥିଲେ ଏବଂ ଛାତ୍ର ଜଣକ ଏହାର ଜବାବ ଦେଇ କହିଥିଲେ ଯେ ଏଥିରେ ସେ ଅନଲାଇନରେ ଅର୍ଡର କରିଥିବା ଅନେକ ଜିନିଷ ଅଛି ଯାହା କି କେୟାରଟେକରଙ୍କ ସନ୍ଦେହକୁ ଆହୁରି ବଢ଼ାଇ ଦେଇଥିଲା । କେୟାରଟେକର ଜଣକ ଯେତେବେଳେ ବ୍ୟାଗରେ କଣ ଅଛି ତାହା ଜାଣିବା ପାଇଁ ତଦାରଖ କଲେ ସେତେବେଳେ ଛାତ୍ରଟି ତାଙ୍କ କଥାକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ସେହି ସ୍ଥାନରେ ଭିଡ଼ ଜମିବାରୁ ଅନ୍ୟ ଛାତ୍ରମାନେ ମଧ୍ୟ ସୁଟକେଶ ଖୋଲିବାକୁ କହିଥିଲେ । ଏହା ପରେ ସୁଟକେଶରୁ ତାଙ୍କ ପ୍ରେମିକା ବାହାରିଥିଲେ । ଅନ୍ୟପଟେ ଏହି ଘଟଣା ପରେ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଥିଲା । ସେପଟେ ଉଭୟ ଛାତ୍ର ମଣିପାଲ କ୍ୟାମ୍ପସରେ ରହୁଥିଲେ। ପ୍ରେମିକ ଜଣକ ବ୍ଲକ୍ ୫ ରହୁଥିଲେ ଓ ସେ ଜଣେ ଇଞ୍ଜିନିୟରିଂ ଛାତ୍ର ହୋଇଥିବାବେଳେ ତାଙ୍କ ପ୍ରେମିକା ବାଣିଜ୍ୟ ଛାତ୍ର ଥିଲେ ଏବଂ ସେ ବ୍ଲକ ୧୩ ରେ ରହୁଥିଲେ । ଏ ଘଟଣା ସାମ୍ନାକୁ ଆସିବା ପରେ ଉଭୟଙ୍କ ହଷ୍ଟେଲରୁ ନିଲମ୍ବିତ କରାଯାଇଥିବାର ସୂଚନା ମିଳିଛି ।

Related Posts