ସତ୍ୟପାଠ | ନୂଆଦିଲ୍ଲୀ | ୨୭ ଅକ୍ଟୋବର ୨୦୨୬: ଭାରତର Digital Personal Data Protection ବା DPDP ଆଇନର କେତେକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ୨୧ଟି ସମ୍ବାଦ ପ୍ରକାଶନ ସଂସ୍ଥା।

ସେମାନଙ୍କ ଆଶଙ୍କା—ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନାଁରେ ତଦନ୍ତମୂଳକ ସାମ୍ବାଦିକତା ପ୍ରଭାବିତ ହୋଇପାରେ।

ସତ୍ୟପାଠର ପ୍ରଶ୍ନ—ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ପୂର୍ବରୁ ଅଭିଯୁକ୍ତଙ୍କ ଅନୁମତି ନେବାକୁ ପଡ଼ିବ କି?

ସମ୍ବାଦ ସଂସ୍ଥାଗୁଡ଼ିକର ଯୁକ୍ତି ଅନୁସାରେ, ତଥ୍ୟ ବ୍ୟବହାର ପାଇଁ ସମ୍ମତି, ତଥ୍ୟ ବିଲୋପ ଏବଂ ସରକାରୀ ତଥ୍ୟ ପ୍ରାପ୍ତି ସମ୍ପର୍କିତ ବ୍ୟବସ୍ଥା ସାମ୍ବାଦିକଙ୍କ କାମରେ ବାଧା ସୃଷ୍ଟି କରିପାରେ।

ଏପରିକି ଗୋପନୀୟ ସୂତ୍ରର ପରିଚୟ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ନାଗରିକଙ୍କ ଗୋପନୀୟତା ନିଶ୍ଚିତ ସୁରକ୍ଷିତ ହେବା ଦରକାର। କିନ୍ତୁ ଜନସ୍ୱାର୍ଥରେ ପ୍ରକାଶିତ ତଥ୍ୟଭିତ୍ତିକ ଖବରକୁ ହଟାଇବା ପାଇଁ ଏହି ଆଇନର ଅପବ୍ୟବହାର ହୋଇପାରିବ କି?

ସରକାର ସ୍ପଷ୍ଟ କରନ୍ତୁ—ଜନସ୍ୱାର୍ଥରେ ହେଉଥିବା ତଦନ୍ତମୂଳକ ସାମ୍ବାଦିକତା ପାଇଁ କି ସୁରକ୍ଷା ବ୍ୟବସ୍ଥା ରହିଛି?

ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସମ୍ବାଦମାଧ୍ୟମର ସ୍ୱାଧୀନତା—ଉଭୟ ସମ୍ବିଧାନିକ ମୂଲ୍ୟ। ଗୋଟିଏକୁ ସୁରକ୍ଷା ଦେବା ନାଁରେ ଅନ୍ୟଟିକୁ ଦୁର୍ବଳ କରାଯାଇପାରିବ ନାହିଁ।

ଯେଉଁ ଆଇନ ନାଗରିକଙ୍କ ତଥ୍ୟ ସୁରକ୍ଷା ପାଇଁ, ସେହି ଆଇନ ଯେପରି ଜନସ୍ୱାର୍ଥର ଖବରକୁ ଚାପିଦେବାର ଅସ୍ତ୍ର ନହେଉ।