ଡେଲ୍‌ଟା ପ୍ଲସ ଭୁତାଣୁକୁ ନେଇ ଦକ୍ଷିଣ କୋରିଆରେ ସ୍ଥିତି ସାଂଘାତିକ: ହସ୍ପିଟାଲରେ ମିଳୁନି ବେଡ୍‌

କରୋନାର ଡେଲ୍‌ଟା ପ୍ଲସ ଭୁତାଣୁକୁ ନେଇ ଦକ୍ଷିଣ କୋରିଆରେ ସ୍ଥିତି ସାଙ୍ଘାତିକ ହୋଇପଡିଛି | କ୍ଷୀପ୍ର ଗତିରେ ସଂକ୍ରମଣ ମାଡ଼ି ଚାଲିଛି। ଏଥିପାଇଁ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଫଳରେ ହସ୍ପିଟାଲ୍‌ରେ ଏବେ ବେଡ଼ ର ଅଭାବ ଦେଖାଦେଇଥିବା ବେଳେ, ବେଡ୍‌ ପାଇବା ପାଇଁ ଅପେକ୍ଷା କରି ମରି ଯାଇଛନ୍ତି ଲୋକେ । ଅନ୍ୟ କିଛି ରୋଗୀ ବେଡ୍‌ ଅପେକ୍ଷାରେ ଅଛନ୍ତି।

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ଯଦି କଟକଣା କଡ଼ାକଡ଼ି ନହୁଏ ତେବେ ଆଗକୁ ଅତ୍ୟନ୍ତ ଭୟଙ୍କର ସ୍ଥିତି ଉପୁଜିବ। କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ସଂସ୍ଥା କହିଛି, ଗତ ୨୪ ଘଣ୍ଟାରେ ଦକ୍ଷିଣ କୋରିଆରେ ୯୪ ରୋଗୀଙ୍କର କରୋନାରେ ମୃତ୍ୟୁ ହୋଇଛି। ୯୦୬ ଜଣଙ୍କ ଅବସ୍ଥା ଅତି ଗୁରୁତର ଅଛି। ମଙ୍ଗଳବାର ଦକ୍ଷିଣ କୋରିଆରେ ସର୍ବାଧିକ ୫,୫୬୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସିଓଲ୍‌ରେ ସ୍ବାସ୍ଥ୍ୟ ସମ୍ବଳ ଖୁବ୍‌ଶୀଘ୍ର ସରିଯାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୧୪୮୦ରୁ ଅଧିକ ଲୋକ ଏବେ ହସ୍ପିଟାଲ୍‌ରେ ବେଡ୍‌

Related Posts