ଫିଲ୍ମ ‘ପୁଷ୍ପା’ର ନିର୍ମାତାଙ୍କ ବିରୋଧରେ ହାଇଦ୍ରାବାଦ ଥାନାରେ ମାମଲା ରୁଜୁ

ଟଲିଉଡ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା ଖୁବଶୀଘ୍ର ପରଦା ଉପରକୁ ଆସିବ। ଆସନ୍ତା ୧୭ ତାରିଖ ରିଲିଜ ଡେଟକୁ ମୁଭି ଲଭର୍ସ ଚାହିଁ ବସିଛନ୍ତି । ତେବେ ଫିଲ୍ମ ରିଲିଜ ପୂର୍ବରୁ ହିଁ ପୁଷ୍ପାର ନିର୍ମାତାଙ୍କ ବିରୋଧରେ ହାଇଦ୍ରାବାଦ ପୋଲିସ ନିଜ ତରଫରୁ ମାମଲା ଦାୟର କରିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ମୈତ୍ରୀ ମୁଭି ମେକର୍ସ ପ୍ରଡକ୍ସନ ହାଉସ ବିରୋଧରେ କୋଭିଡ୍ କଟକଣା ଭଙ୍ଗ କରିବା ନେଇ ଅଭିଯୋଗ ଆସିଛି । ଫିଲ୍ମର ପ୍ରମୋଶନ ପାଇଁ ପ୍ରଡକ୍ସନ ହାଉସ୍ ମୈତ୍ରୀ ମୁଭି ମେକର୍ସ ରବିବାର ତେଲେଙ୍ଗାନାର ୟୁସୁଫଗୁଡାରେ ଏକ ପ୍ରି-ରିଲିଜ ଇଭେଣ୍ଟର ଆୟୋଜନ କରିଥିଲା । ଏଥିପାଇଁ ସ୍ଥାନୀୟ ପ୍ରଶାସନ ନିକଟରୁ ମାତ୍ର ୫ହଜାର ଦର୍ଶକଙ୍କ ପାଇଁ ଅନୁମତି ମିଳିଥିଲା । ତେବେ ପ୍ରି-ରିଲିଜ ଇଭେଣ୍ଟରେ ୫ ହଜାର ବଦଳରେ ୧୫ ହଜାର ଦର୍ଶକ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ଦର୍ଶକଙ୍କ ପାଖରେ ପାସ୍ ଥିବାବେଳେ ସେମାନଙ୍କ ପାଇଁ ଯାତାୟାତ ବାଧାପ୍ରାପ୍ତ ହେବା ସହ କରୋନା ସଂକ୍ରମଣର ଭୟ ଦ୍ୱିଗୁଣିତ ହୋଇଥିଲା । ଏହି କାରଣରୁ ଜୁବଲି ହିଲ୍ସ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା ।

Related Posts