ଡ୍ରେସ୍ ଚୋରି ଅଭିଯୋଗରେ ମଲରେ ମହିଳାଙ୍କ ସହ ଅପମାନଜନକ ଘଟଣା: ମାଲିକଙ୍କ ନାଁରେ ମାମଲା

ଜୟପୁରର ଏକ ସପିଙ୍ଗ ମଲରେ ଘଟିଛି ଏକ ଲଜ୍ୟାଜନକ ଘଟଣା | ଡ୍ରେସ୍ ଚୋରି କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ପୂରା କପଡ଼ା ଖୋଲିବାକୁ ପଡିଛି | ତେବେ ଏହି ଘଟଣା ଘଟିବା ସମୟରେ କେହି ପ୍ରତିବାଦ କରିନଥିବାବେଳେ ଏହି ମାମଲା ଏବେ ଥାନା କୁ ଯାଇଛି | ଯେଉଁ ଶୋ’ରୁମରେ ଘଟିଛି ଏହି ଲଜ୍ୟାଜନକ ଘଟଣା ସେହି ଶୋ’ରୁମ ମାଲିକ ଓ କମର୍ଚାରୀଙ୍କ ବିରୋଧରେ ରୁଜୁ ହେଲା ମାମଲା ।

ଏଠାରେ ଥିବା ଓ୍ବାଲର୍ଡ ଟ୍ରେଡ ପାର୍କ ମଲରେ ଡିସେମ୍ବର ୨୦ ତାରିଖରେ ଘଟିଛି ଏହି ଅପମାନଜନକ ଘଟଣା । ଚୋରି ଅଭିଯୋଗରେ ଜବରଦସ୍ତଙ୍କ ପୂରା କପଡ଼ା ଓହ୍ଲାଇ ଯାଞ୍ଚ କରିଛନ୍ତି ଶୋ’ରୁମ କର୍ମଚାରୀ ।

ଅଭିଯୋଗ ଅନୁସାରେ, ଘଟଣା ଦିନ ମହିଳା ଜଣଙ୍କ ଶୋ’ରୁମକୁ ଯାଇଥିଲେ । କିଛି ଡ୍ରେସ ନେଇ ଶୋ’ରୁମର ଯାଞ୍ଚ ରୁମକୁ ଟ୍ରାଏଲ କରିବାକୁ ଯାଇଥିଲେ । ସାଇଜ୍ ଠିକ୍ ନଥିବାରୁ ସେଲସ ମ୍ୟାନକୁ ଆଉ କିଛି ଡ୍ରେସ୍ ମଗାଇ ଥିଲେ । ଟ୍ରାଏଲ କରିବା ପରେ ନିଜ ପସନ୍ଦର ଡ୍ରେସ୍ ନେଇ ବାହାରକୁ ଆସି ବିଲ୍ କରିବାକୁ ଯାଇଥିଲେ । ଏହି ସମୟରେ ସେଲସ୍ ମ୍ୟାନ ଆସି ଗୋଟିଏ ଡ୍ରେସ୍ କମ ଥିବା ଅଭିଯୋଗ କରିଥିଲେ ।

ଏହାପରେ ମହିଳା ଶୋ’ରୁମ କର୍ମଚାରୀଙ୍କୁ ତାଙ୍କ ବ୍ୟାଗ୍ ଯାଞ୍ଚ କରିବାକୁ ଦେଇଥିଲେ । ସେଥିରୁ କିଛି ବାହାରି ନଥିଲା । ଏହାପରେ ସେଲସ୍ ମ୍ୟାନ ଅନ୍ୟ କର୍ମଚାରୀଙ୍କୁ ଡକାଇ ଥିଲେ । ଜଣେ ମହିଳା କର୍ମଚାରୀ ପୀଡ଼ିତାଙ୍କୁ ଟ୍ରାଏଲ ରୁମକୁ ନେଇ ଗୋଟି ଗୋଟି କରି ତାଙ୍କ ସବୁ କପଡ଼ା ଓହ୍ଲାଇ ଚେକ କରିଥିଲେ । ହେଲେ ତାଙ୍କ ପାଖରୁ କିଛି ମିଳି ନଥିଲା ।

ମହିଳା ଜଣଙ୍କ ଅପମାନ ସହି ପାରି ନଥିଲେ ଓ କାନ୍ଦି କାନ୍ଦି ଘରକୁ ଯାଇଥିଲେ । ଏହାପରେ ମହିଳା ଜଣଙ୍କ ଆଡିସନାଲ କମିଶନରଙ୍କୁ ଭେଟି ଅଭିଯୋଗ କରିଥିଲେ । ଏହାପରେ ଘଟଣାର ତଦନ୍ତ କରିବାକୁ ଆଡିଶନାଲ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜବାହାର ସର୍କଲ ଥାନାରେ ଶୋ’ରୁ ମାଲିକ, ମ୍ୟାନେଜର ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Related Posts