ଜୟପୁରର ନସିରାବାଦର ନାନ୍ଦଳା ଗାଁରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ପାଣିରେ ବୁଡ଼ି ୫ମୃତ

ଜୟପୁର:ଜୟପୁର ନସିରାବାଦର ନନ୍ଦଳା ଗାଁରେ ଘଟିଛି ଏକ ବଡ଼ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଯାଇ ୫ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏସପି ଚୁନାରାମ ଜାଟ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ପୂର୍ବତନ ବିଧାୟକ ମହେନ୍ଦ୍ର ସିଂ ଗୁଜେର, ଅତିରିକ୍ତ ପୋଲିସ ଅଧୀକ୍ଷକ ଘନଶ୍ୟାମ ଶର୍ମା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ପରେ ଗ୍ରାମବାସୀଙ୍କ ସହାୟତାରେ ସମସ୍ତ ମୃତଦେହ ପାଣି ଭିତରୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଏ ସମ୍ପର୍କରେ ଉପ-ବିଭାଗୀୟ ଅଧିକାରୀ ରାକେଶ ଗୁପ୍ତା ଏନେଇ ଦୁଃଖ ପ୍ରକାଶ କରିବାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ।

Related Posts