ତଳମୁହାଁ ଦେଶରେ କରୋନା ସଂକ୍ରମଣ: ଦିନକରେ ୩୦,୬୧୫ ନୂଆ ସଂକ୍ରମିତ ଚିହ୍ନଟ, ୫୧୪ ମୃତ

ଦେଶରେ କମୁଛି କରୋନା ର ଦୈନିକ ସଂକ୍ରମଣ ହାର | ୩୦ ହଜାର୍ ତଳେ ରହୁଛି ସଂକ୍ରମିତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 30,615 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଦିନକରେ 82,988 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି | ଏଥିସହ 514 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି |

ଆଜିର ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 3,70,240ରେ ପହଞ୍ଚିଛି । ଦେଶର ଦୈନିକ ପଜିଟିଭ୍ ରେଟ୍ 2.45% ରହିଛି । ଏଯାବତ୍ ଭାରତରେ ମୋଟ 4,18,43,446 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ସମୁଦାୟ 173.86 କୋଟି ଟୀକାକରଣ କରାଯାଇଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ 37 ଲକ୍ଷ ଡୋଜ ନେଇଛନ୍ତି ଲୋକେ |

Related Posts