ଭୋଟରଙ୍କୁ ଧମକ ଦେଲେ ବିଜେପି ବିଧାୟକ: ଭୋଟ ନଦେଲେ ବୁଲଡୋଜର ଲଗାଇ ରାଜ୍ୟରୁ କରାଯିବ ଆଉଟ

ଚର୍ଚାରେ ବିଜେପି ବିଧାୟକ | ଭୋଟରଙ୍କୁ ଧମକ ଦେଉଥିବାର ଭିଡିଓ ଏବେ ତାଙ୍କର ଭାଇରଲ ହୋଇଛି | ଉତ୍ତର ପ୍ରଦେଶରେ ନିର୍ବାଚନ ଜାରି ରହିଥିବାବେଳେ ସାମ୍ନାକୁ ଆସିଛି ତେଲେଙ୍ଗାନାର ଜଣେ ବିଜେପି ବିଧାୟକଙ୍କ ଧମକପୂର୍ଣ୍ଣ ମନ୍ତବ୍ୟ । ବିଧାୟକ ଟି.ରାଜା ସିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭୋଟ ଦେବା ପାଇଁ ଭୋଟରମାନଙ୍କୁ ପ୍ରବର୍ତ୍ତାଉ ଥିବାବେଳେ ଭୋଟ ନଦେଲେ ବୁଲଡୋଜର ଲଗାଇ ସେମାନଙ୍କୁ ଉତ୍ତର ପ୍ରଦେଶ ବାହରକୁ ଫିଙ୍ଗି ଦିଆଯିବା ନେଇ ଧମକ ଦେଇଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।

ହାଇଦ୍ରାବାଦର ଗୋଶାମର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଥିବା ଟି ରାଜା ସିଂଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ବିଧାୟକ କହିଛନ୍ତି, ଗତକାଲି ଶେଷ ହୋଇଥିବା ଉତ୍ତର ପ୍ରଦେଶ ମତଦାନରେ ଦ୍ବିତୀୟ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ଯୋଗୀଙ୍କୁ ବିରୋଧ କରୁଥିବା ଭୋଟର ମଧ୍ୟ ବିଜେପିକୁ ଭୋଟ ଦେଇଛନ୍ତି । ତେବେ ଯେଉଁମାନେ ଉତ୍ତର ପ୍ରଦେଶରେ ଯୋଗୀଙ୍କୁ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁ ନାହାନ୍ତି, ସେମାନଙ୍କର ରାଜ୍ୟରେ ରହିବାର ଅଧିକାର ନାହିଁ । ଯୋଗୀଙ୍କୁ ଭୋଟ ଦେଉନଥିବା ଭୋଟରଙ୍କୁ ଚିହ୍ନଟ କରାଯିବା ସହ ବୁଲଡୋଜର ଲଗାଇ ଉତ୍ତର ପ୍ରଦେଶ ବାହାରକୁ ବିତାଡିତ କରାଯିବ ବୋଲି ସେ ଧମକ ମଧ୍ୟ ଦେଇଛନ୍ତି ।

Related Posts