ଅର୍ଥବ୍ୟବସ୍ଥା ସୁଧାରିବା ପାଇଁ ଭାରତର ସହାୟତା ଲୋଡ଼ିଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ କବାଜ କରି ନେଇଛି ତାଲିବାନ । ତେବେ ତଳିବନ କବଜା କରିବା ପରେ ଏମିତି ଲାଗୁଥିଲା, ପାକିସ୍ତାନ ସହ ଏହି ଦେଶର ସଂପର୍କ ନିବିଡ ହୋଇଯିବ। ମାତ୍ର ସାଂପ୍ରତିକ ସ୍ଥିତିକୁ ଦେଖିଲେ ଲାଗୁଛି ତାଲିବାନ ପାକିସ୍ତାନକୁ ସେତେଟା ଗୁରୁତ୍ଵ ଦେଉ ନାହିଁ। ଓଲଟା ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଦେଖା ଦେଇଛି।

ଦୁଇ ଦେଶ ମଧ୍ୟରେ ସଂପର୍କ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅନ୍ୟପଟେ ଖରାପ ଅର୍ଥବ୍ୟବସ୍ଥା ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ତେହରିକ ଏ ତାଲିବାନ ପାକିସ୍ତାନରେ ଯୁଦ୍ଧର ଘୋଷଣା କରି ଦେଇଛି। ଆଉ ବର୍ତ୍ତମାନ ଆଫଗାନିସ୍ତାନ ନିଜର ଅର୍ଥବ୍ୟବସ୍ଥା ସୁଧାରିବା ପାଇଁ ଭାରତ ଆଡେ ଚାହିଁ ରହିଛି। ଉଲ୍ଲେଖନୀୟ ତାଲିବାନ କବଜା ପରେ ଭାରତ ଖାଦ୍ୟଶସ୍ୟ ପଠାଇ ଆଫଗାନବାସୀଙ୍କ ଖୁବ୍ ସାହାଯ୍ୟ କରିଥିଲା।

ଏବେ ଆଫଗାନିସ୍ତାନ ନିଜର ଅର୍ଥବ୍ୟବସ୍ଥା ସୁଧାରିବା ପାଇଁ ପୁଣି ଥରେ ଭାରତର ସହାୟତା ଲୋଡିଛି। ଘରୋଇ କ୍ଷେତ୍ରରେ ନିବେଶ କରିବାକୁ ଭାରତକୁ ଅନୁରୋଧ କରିଛି ଆଫଗାନିସ୍ତାନ। ଯଦ୍ଵାରା ନିଜର ଦୟନୀୟ ଅର୍ଥବ୍ୟବସ୍ଥାରେ କିଛିଟା ସୁଧାର ଆସି ପାରିବ। ଗତ ସପ୍ତାହରେ ତାଲିବାନର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାରତର ଟେକ୍ନିକଲ ଟିମର ମୁଖ୍ୟ ଭାରତ କୁମାରଙ୍କ ସହିତ ବୈଠକ କରିଥିଲେ। ତାଲିବାନ ଚାହୁଁଛି ଭାରତ ତାର ନ୍ୟୁକାବୁଲ ସିଟି ନିର୍ମାଣରେ ସହଯୋଗ କରୁ।

୨୦୨୧ ଅଗଷ୍ଟରେ ଆଫଗାନିସ୍ତାନରେ ତାଲିବାନର ଶାସନ ପରେ ଭାରତ ନିଜର କୂଟନୈତିଜ୍ଞ ସଂପର୍କକୁ ବନ୍ଦ କରି ଦେଇଥିଲା। ହେଲେ ଚଳିତ ବର୍ଷ ଭାରତ ନିଜର ବୈଷେୟିକ ଦଳକୁ କାବୁଲ ପଠାଇଥିଲା। ଆଉ ନିକଟରେ ଭାରତ ଆଫଗାନିସ୍ତାନରେ ନିଜର ଦୂତାବାସ ପୁନର୍ବାର ଖୋଲିଛି। ଗତ ଦୁଇ ଦଶନ୍ଧିରେ ଭାରତ ଆଫଗାନିସ୍ତାନରେ ପ୍ରାୟ ୩ ବିଲିୟନ ଡଲାରର ନିବେଶ କରି ସାରିଛି। ଭାରତ ମୁଖ୍ୟତଃ ଭିତ୍ତିଭୂମିରେ ନିବେଶ କରି ଆସିଛି। ଭାରତ ଆମର ଏହି ପଡୋଶୀ ଦେଶର ସଂସଦ ଭବନ ନିର୍ମାଣ କରିଛି। ହେରାତରେ ଫ୍ରେଣ୍ଡସିପ୍ ଡ୍ୟାମ୍ ନିର୍ମାଣ କରିଛି। ଏହା ବ୍ୟତୀତ ହବିବା ହାଇସ୍କୁଲ ପୁନର୍ବାର ନିର୍ମାଣ କରାଯାଇଛି।

କାବୁଲରେ ଭାରତ ଇନ୍ଦିରା ଗାନ୍ଧୀ ଶିଶୁ ଚିକିତ୍ସାଳୟ ନିର୍ମାଣ କରିଛି। ତାଲିବାନ କବଜା ପରେ ଭାରତ ଆଫଗାନିସ୍ତାନକୁ ମାନବୀୟ ସହାୟତା ଯୋଗାଇ ଦେଇଥିଲା। ବର୍ତ୍ତମାନ ଉକ୍ତ ଦେଶ ଆର୍ଥିକ ସଙ୍କଟର ସାମ୍ନା କରୁଛି। ୟୁଏନ ମୁତାବକ ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ହଜାର ହଜାର ଶିଶୁଙ୍କୁ ଭୋକରେ ଶୋଇବାକୁ ପଡୁଛି

Related Posts