ତୃତୀୟ ଲହର କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଓଡ଼ିଶା ମୁଖ୍ୟଙ୍କ ବଡ଼ ବୟାନ

ଦେଶରେ ବଢ଼ୁଥିବା ଓମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ନେଇ ଚିନ୍ତା ବଢ଼ି ଯାଇଛି । ତୃତୀୟ ଲହର ଆସିବ ବୋଲି ଅନୁମାନ କରାଯାଉଛି । ଭାରତରେ ପ୍ରାରମ୍ଭିକ ସ୍ତରରେ ଥିବା ବେଳେ, ଆମେରିକା, ବ୍ରିିଟେନରେ ଏହି ଭ୍ୟାରିଆଣ୍ଟ ଯୋଗୁ ସଂକ୍ରମଣ ବଢିଛି । କିନ୍ତୁ ଏପିଡେମୋଲୋଜି ଏପରି ଏକ ଜିନିଷ ସେଠାରେ ଯାହା ହେଉଛି ଭାରତରେ ତାହା ହେବ ବୋଲି କୁହାଯାଇପାରିବ ନାହିଁ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଓଡ଼ିଶା ମୁଖ୍ୟ ଡାକ୍ତର ନିହାର ରାୟ ।
ସେ କହିଛନ୍ତି, ଆମର ଟିକାକରଣ ବଢିଛି । କିନ୍ତୁ ଓମିକ୍ରନ ପାଇଁ ସତର୍କତା ଜରୁରୀ । ଏହି ଭୂତାଣୁ ଡେଲ୍ଟା ଠାରୁ ଅଧିକ ସଂକ୍ରାମକ ହୋଇଥିଲେ ମଧ୍ୟ ପ୍ରାଥମିକ ସର୍ଭେ ଅନୁଯାୟୀ ଏହା ଏତେଟା କ୍ଷତିକାରକ ନୁହେଁ । କିନ୍ତୁ ତାହା ମଧ୍ୟ ସଠିକ୍ ଭାବେ କହିହେବ ନାହିଁ । ଅଧିକ ଲୋକ ଏକାଠୀ ହେବା ସବୁଠୁ ବିପଦଜ୍ଜନକ । ଲୋକେ ସତର୍କ ହେବା ସହ କୋଭିଡ ନିୟମ ମାନିବା ଦରକାର ବୋଲି ଡାକ୍ତର ନିହାର ରାୟ କହିଛନ୍ତି ।

Related Posts