ପଞ୍ଜାବର ଲୁଧିଆନା ଜିଲ୍ଲାକୋର୍ଟରେ ବୋମା ବିସ୍ପୋରଣ: ୨ ମୃତ

ପଞ୍ଜାବର ଲୁଧିଆନା ଜିଲ୍ଲାକୋର୍ଟରେ ବିସ୍ଫୋରଣ । କୋର୍ଟର ଦ୍ବିତୀୟ ମହଲାର ଶୌଚାଳୟରେ ଘଟିଛି ଏହି ବିସ୍ଫୋରଣ । ଏହି ଅଘଟଣ ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଆହତଙ୍କ ମଧ୍ୟରେ ଆଇନଜୀବୀ ଆର.ଏସ ମନ୍ଦ(Advocate RS Mand injured)ରହିଥିବା ସୂଚନା ମିଳିଛି ।

କୋର୍ଟର ଦ୍ବିତୀୟ ମହଲାରେ ମୋଟ ୮ଟି ରୁମ ରହିଛି । ପୋଲିସ ଏବେ କୋର୍ଟ ପରିସରକୁ ଘେରି ରହିଥିବା ବେଳେ ସେଠାରୁ ଲୋକଙ୍କୁ ଖାଲି କରୁଥିବା ଦେଖିବାକୁ ମିଳିଛି । ତେବେ ସୂଚନା ଥାଉ କି ଗୁରୁବାର ଆଇନଜୀବୀମାନେ ଘଟଣାସ୍ଥଳରେ ଧାରଣା ଦେଇଥିବାରୁ ପୂର୍ବାପେକ୍ଷା କୋର୍ଟ ପରିସରରେ ଅନେକ ଆଇନଜୀବୀ ଉପସ୍ଥିତ ରହିଥିଲେ । ଏହି ବିସ୍ଫୋରଣ ମଧ୍ୟାହ୍ନ ପ୍ରାୟ ୧୨ଟା ୨୫ ମିନିଟର ହୋଇଥିଲା ।ପଞ୍ଜାବର ଲୁଧିଆନା ଜିଲ୍ଲାକୋର୍ଟରେ ବୋମା ବିସ୍ପୋରଣ । ଏହି ବିସ୍ଫୋରଣ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । କାରଣ କୋର୍ଟର ଦ୍ବିତୀୟ ମହଲାରେ କ୍ୟାଣ୍ଟିନ ରହିଛି । କିନ୍ତୁ ବିସ୍ଫୋରଣ କୋର୍ଟର ବାର୍ଥରୁମରେ ହୋଇଥିବାରୁ ଏହା ଅନ୍ୟ କୌଣସି କାରଣ ଯୋଗୁଁ ହୋଇଥାଇପାରେ ବୋଲି କୁହାଯାଉଛି ।

Related Posts