ଥରିଲା ରାଜସ୍ଥାନ, ୩.୮ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ

ଆଜି ସକାଳୁ ସକାଳୁ ରାଜସ୍ଥାନରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା । ଆଜି ସକାଳ ୮ଟା ସମୟରେ ରାଜସ୍ଥାନର ଜୟପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସୋମଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଏହାର କେନ୍ଦ୍ରସ୍ଥଳ ଜୟପୁରଠାରୁ ଠାରୁ ୯୨ କିଲୋମିଟର ଉତ୍ତର-ପଶ୍ଚିମରେ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୫ କିଲୋମିଟର ରହିଛି । ଏହାର ଦ୍ରାଘିମା ୨୭. ୫୫ପ୍ରତିଶତ ଓ ଅକ୍ଷାଂଶ ୭୫.୧୯ ପ୍ରତିଶତ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ । ଏହା ପୂର୍ବରୁ ରାଜସ୍ଥାନର ବିକାନେରରେ ୪.୪ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

Related Posts