ଯାଜପୁରରେ ବୁଥ ଜବରଦଖଲ ଯୋଗୁଁ ତିନିଟି ସ୍ଥାନରେ ବାତିଲ ହେଲା ନିର୍ବାଚନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯାଜପୁରରେ ବୁଥ ଜବରଦଖଲ ଯୋଗୁଁ ତିନିଟି ସ୍ଥାନରେ ବାତିଲ ହେଲା ନିର୍ବାଚନ । ତେବେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତର ୨, ୭ ଓ ୮ ନଂ ବୁଥ ଜବରଦଖଲ ଯୋଗୁଁ ଏଠାରେ ନିର୍ଵାଚନକୁ ବାତିଲ କରାଯାଇଛି। ଏହିସବୁ ସ୍ଥାନରେ ନିର୍ଵାଚନ ପରେ କରାଯିବ ବୋଲି ଜଣାଯାଇଛି। ସେପଟେ ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତର ୧ ନଂ ବୁଥକୁ ଜବରଦଖଲ କରାଯାଇ କେବଳ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରାଯାଇଥିବାର ଅଭିଯୋଗ ହୋଇଛି।

ଏହି ଘଟଣାରେ ଜଣେ ଏଜେଣ୍ଟଙ୍କୁ ମାଡ଼ ବି ଦିଆଯାଇଛି। ଏନେଇ ଏଜେଣ୍ଟ ଦେବାଶିଷ ବାରିକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ମତଦାତାମାନଙ୍କ ଉପସ୍ଥିତିରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଦଶରଥପୁର ଜୟନ୍ତରା ପଞ୍ଚାୟତର ୧ ନଂ ବୁଥରେ ଏଜେଣ୍ଟ ଦେବାଶିଷ ବାରିକଙ୍କୁ ମାଡ଼ ମାରି ତାଙ୍କର ମୁଣ୍ଡ ଫଟାଇବା ସହ ମୋବାଇଲ ଛଡ଼ାଇ ନେଇଛନ୍ତି। ଏଜେଣ୍ଟ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଉକ୍ତ ବୁଥରେ ଜଣେ ଲୋକ ସବୁ ଭୋଟ ପକାଉଥିବା ଅଭିଯୋଗ ହୋଇଛି। ଏଠାରେ ନିର୍ଵାଚନକୁ ବାତିଲ କରା ନ ଯାଇପରେ ମତଦାନ କରାଯାଇଥିଲା।

Related Posts