ଦକ୍ଷିଣ ଆମେରିକା ସହର ପେରୁରେ ଭୟଙ୍କର ସଡକ ଦୁର୍ଘଟଣା, 20 ମୃତ

ଦକ୍ଷିଣ ଆମେରିକା ସହର ପେରୁରେ ମର୍ମତୁଦ ସଡକ ଦୁର୍ଘଟଣା ଘଟିଛି | ୧୦୦ ଫୁଟ ଗଭୀରକୁ ଖସି ପଡିଲା ଏକ ଯାତ୍ରୀବାହୀ ବସ | ଫଳରେ ଅକାଳରେ ଚାଲିଯାଇଛି ୨୦ ଜଣଙ୍କ ଜୀବନ । ଏହା ସହ ପାଖାପାଖି ୩୩ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ମିଳିଛି ।

ଜିନହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ସ୍ଥାନୀୟ ସମୟ ପାଖାପାଖି ୨ଟା ୪୦ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ସ୍ବାସ୍ଥ୍ୟ ବିଭାଗ । ଆଣ୍ଡେନ ଟାଉନ ଏବଂ ହୁଆନାକାସପାଟା ମଧ୍ୟରେ ଥିବା ଏକ ଗ୍ରାମାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ବସଟି ଟାଏବାମ୍ବା ଠାରୁ ଲା ଲିବର୍ଟଡର ରାଜଧାନୀ ଟ୍ରୁଜିଲୋ ଅଭିମୁଖେ ଯାଉଥିଲା ।ଦୁର୍ଘଟଣା ସମୟରେ ନିକଟସ୍ଥ ସହରରେ ରହୁଥିବା ଲୋକମାନେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଟାୟାବମ୍ବା, ହୁଆନାସ୍କାଟା ଏବଂ ଟ୍ରୁଜିଲୋରେ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଏହାପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା |

Related Posts