ଦୁଇ ଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି: ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକି ସମାରୋହରେ ଦେବେ ଯୋଗ

ଆସନ୍ତାକାଲି ଠାରୁ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।୨୦ତାରିଖ ଦିନ ୧୦.୪୦ରେ ପୁରୀସ୍ଥିତ ଗୌଡିଆ ମିସନ ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକି ସମାରୋହରେ ଯୋଗଦେବେ।

ଆସନ୍ତାକାଲି ମଧ୍ୟାହ୍ନ ୧୨.୨୫ ମିନିଟରେ ଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରିବେ ରାଷ୍ଟ୍ରପତି। ଭୁବନେଶ୍ୱର ବିମାନ ବନ୍ଦରରେ ୨.୨୫ରେ ପହଞ୍ଚିବେ । ପରେ ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ବାହାରି ୩.୨୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ । ୫ଟାରୁ ୫.୪୫ରେ ଶ୍ରୀମନ୍ଦିର ରହି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଜିଲ୍ଲା ପ୍ରଶାନସନର ସମସ୍ତ ବ୍ୟବସ୍ତା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ସିଂହଦ୍ବାରରେ ପହଞ୍ଚିବେ ରାଷ୍ଟ୍ରପତି । ପରେ ପରେ ସାତପାହାଚ, ନାଟମଣ୍ଡବ ଦେଇ ମୂଳ ମନ୍ଦିରକୁ ପ୍ରବେଶ କରିବେ ରାଷ୍ଟ୍ରପତି ।୫ଟା ୨୨ରେ ମହାପ୍ରଭୁଙ୍କ ଦର୍ଶନ ସାରି ବେହେରଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତର ବେଢାକୁ ପ୍ରସ୍ଥାନ କରିବେ । ବେହେରଣ ଦ୍ବାର ଠାରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ଛତିଶା ନିଯୋଗ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ । ପୂଜାପଣ୍ଡାମାନେ ରାଷ୍ଟ୍ରପତିଙ୍କୁ ସ୍ବସ୍ତିବଚନ କରିବେ । ଏହାପରେ ମା’ ବିମଳାଙ୍କୁ ଦର୍ଶନ କରି ବେଢାକୁ ଓହ୍ଲାଇବେ ।

Related Posts