ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରଙ୍କୁ ଝାରପଡା ଜେଲରେ NIAର ଜେରା

୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣରେ ବିଏସଏଫ୍ କମାଣ୍ଡାଣ୍ଟ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରଙ୍କୁ ଜେରା କରୁଛି NIA । ଭୁବନେଶ୍ବର ସ୍ଥିତ ଝାରପଡା ଜେଲରେ ଚାଲିଛି ଏହି ଜେରା । NIAର ୩ ଜଣିଆ ଟିମ୍ ସ୍ବତନ୍ତ୍ର NIA କୋର୍ଟଙ୍କ ଅନୁମତି କ୍ରମେ ଜେରା କରୁଛନ୍ତି |

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୯ରେ କୋରାପୁଟ ବୈପାରୀଗୁଡ଼ା ପୋଲିସ ହାତରେ ଧରିପଡିଥିଲା ଦୁବାସି ଶଙ୍କର । ସେବେଠୁ ଏହି ହାର୍ଡକୋର ମାଓବାଦୀ ଝାରପଡା ଜେଲରେ ରହିଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଏକାଧିକ ମାଓ ହିଂସାକାଣ୍ଡରେ ତା’ର ସମ୍ପୃକ୍ତ ରହିଛି । ପୂର୍ବରୁ ଦୁବାସିକୁ ଧରିବାକୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଓଡିଶା ପୋଲିସ । ଅନେକ ମାଓ ହାମଲା ପଛରେ ଏହି ଦୁର୍ଦ୍ଦାନ୍ତ ମାଓନେତାର ହାତ ରହିଛି ।

Related Posts