ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ଇନ୍ଦ୍ରାଣୀଙ୍କ ବଡ ଦାବି

ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲା ଏବେ ନେଇପାରେ ନୂଆ ମୋଡ଼ | ମୃତ ସିନା ବୋରାଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ । ସିନା ମରି ନାହାନ୍ତି ବଂର ବଞ୍ଚିଥିବା ସେ ଦାବି କରିଛନ୍ତି | କଶ୍ମୀରରେ ଝିଅ ସିନା ରହୁଥିବା ସେ ଦାବି କରିଛନ୍ତି | ସେ କାଶ୍ମୀରରେ ସିନାଙ୍କ ସନ୍ଧାନ କରିବାକୁ CBIକୁ ଚିଠି ଲେଖି ଜଣାଇଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛିଦିନ ତଳେ ଜେଲ୍‌ରେ ସେ ଜଣେ ମହିଳାଙ୍କୁ ଭେଟିଥିଲେ । ସିନା ବୋରାଙ୍କୁ କାଶ୍ମୀରରେ ଭେଟି ଥିବା କଥା ସେ ମହିଳାଜଣକ ତାଙ୍କୁ କହିଛନ୍ତି । ତେଣୁ, କଶ୍ମୀରରେ ସିନା ବୋରାଙ୍କର ସନ୍ଧାନ କରାଯାଉ । ଏନେଇ ଇନ୍ଦ୍ରାଣୀ ସ୍ପେସାଲ୍‌ CBI କୋର୍ଟରେ ମଧ୍ୟ ଆବେଦନ କରିଛନ୍ତି । ଖୁବଶୀଘ୍ର ତାଙ୍କ ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି ।

ସୂଚନା ଥାଉକି, 2012 ମସିହାରେ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟିଥିଲା । ଯାହା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ମା’ ଇନ୍ଦ୍ରାଣୀ ମୁଖାର୍ଜୀ ।

Related Posts