ଦୁର୍ନୀତି ର ସର୍ଦାର ପ୍ରଧାନ ଶିକ୍ଷକ: ଅଭିଯୋଗ ଆଣିଲେ ଗ୍ରାମବାସୀ

ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜିରିଡ଼ାମାଳି ଗାଁ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ ଆସିଛି ସଂଘିନ ଅଭିଯୋଗ | ଅଭିଯୋଗ ଆଣିଛନ୍ତି ଖୋଦ ଗ୍ରାମବାସୀ । ପ୍ରଧାନ ଶିକ୍ଷକ ତପନ କୁମାର ସାହୁ | ସେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ବିଦ୍ୟାଳୟର ଲକ୍ଷାଧିକ ଟଙ୍କାର ଶାଗୁଆନ୍ ଗଛ କାଟି ଚୋରି କରିବା, ପିଲାଙ୍କ ଚାଉଳ ବିକ୍ରି କରିବା, ବିଦ୍ୟାଳୟ ଏସଏମସି କମିଟିର ଟଙ୍କାକୁ ଚେୟାରମ୍ୟାନଙ୍କ ଅଗୋଚରରେ ହଡ଼ପ କରିବା । ସେହିପରି ବିଦ୍ୟାଳୟର ଘରକୁ ହଳଦୀ ବେପାରୀଙ୍କୁ ଭଡ଼ାରେ ଦେବା ସହ ବିଦ୍ୟାଳୟ ଉନ୍ନତିମୂଳକ ପ୍ରୋଜେକ୍ଟରେ ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ଲଗାଇଛନ୍ତି ଗ୍ରାମବାସୀ | ଏନେଇ ଉତ୍ୟକ୍ତ ଗ୍ରାମବାସୀମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକୁ ନେଇ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ । ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ବହିଷ୍କାର ସହ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି |

ସୂଚନାଯୋଗ୍ୟ, ସମ୍ପୃକ୍ତ ପ୍ରଧାନ ଶିକ୍ଷକ ୨୦୧୧ମସିହାରେ ପିଲାଙ୍କ ଚାଉଳ ବିକ୍ରି କରିବା ଘଟଣାରେ ସସପେଣ୍ଟ ମଧ୍ୟ ହୋଇଥିଲେ ।

Related Posts