ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କଟକଣା ଉଲଂଘନ: କାରଣ ଦର୍ଶାଅ ନୋଟିସ୍ ଜାରି କଲା କଟକ ମହାନଗର ନିଗମ କର୍ତୁପକ୍ଷ

ରାଜ୍ୟ ବାସୀଙ୍କୁ ଏବେ ଓମିକ୍ରନ ଭୟ ଘାରିଥିବା ବେଳେ, ଏହାରି ମଧ୍ୟରେ ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଯେଉଁ ଚିତ୍ର ଆସିଥିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା | ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା | ସେପଟେ ଏହି ଘଟଣା ପରେ କର୍ତୁପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି କଟକ ମହାନଗର ନିଗମ କର୍ତୁପକ୍ଷ । ଏବଂ ମହାମାରୀ ଆଇନ ଅନୁଯାୟୀ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଓମିକ୍ରନକୁ ନେଇ ଭୟ ବଢ଼ୁଥିବା ବେଳେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପରିସରରୁ ଏପରି ଏକ ଭିଜୁଆଲ୍ ଆସିଥିଲା, ଯାହା ମହାମାରୀ ଭୟକୁ ଆହୁରି ବଢ଼ାଇଦେଲାଭଳି । କରୋନାର ନୂଆ ପ୍ରଜାତିକୁ ନେଇ ସାରା ବିଶ୍ୱରେ ହଇଚଇ ଖେଳି ଯାଇଥିବା ବେଳେ ବହୁ ସଂଖ୍ୟାରେ ଏକାଠି ହୋଇ ନାଚଗୀତରେ ମସଗୁଲ ହୋଇଥିଲେ ଛାତ୍ରଛାତ୍ରୀ । କରେନା କଟକଣାକୁ ଖାତିର ନକରି ଏକାଠି ହୋଇଥିଲେ । ରେଭେନ୍ସା ବାର୍ଷିକ ଆଥଲେଟିକ୍ସ ମିଟ୍ ସରିବା ପରେ ଛାତ୍ରଛାତ୍ରୀମାନେ ଗୀତର ତାଳେ ତାଳେ ନାଚୁଥିଲେ । ସବୁଠୁ ବଡ କଥା ହେଉଛି, ଏହି ସମୟରେ କାହାରି ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା କଟକଣାକୁ କେହି ମାନୁନଥିଲେ । ତେବେ ଛାତ୍ରଛାତ୍ରୀମାନଙ୍କୁ ଏପରି କରିବାକୁ କିଏ ଅନୁମତି ଦେଲେ, କାହା ଅନୁମତିରେ ସେମାନେ କଲେ ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି |

Related Posts