ଦ୍ୱନ୍ଦ୍ୱରେ ବିସିସିଆଇ : ବେଙ୍ଗଲ ରଣଜୀ ଟ୍ରଫି ଟିମର ୭ ଖେଳାଳି କରୋନା ସଂକ୍ରମିତ

ଦ୍ୱନ୍ଦ୍ୱରେ ପଡିଛି ବିସିସିଆଇ | ରଣଜୀ ଟ୍ରଫି ଆୟୋଜନକୁ ନେଇ ଚିନ୍ତାରେ ପଡିଯାଇଛି ବିସିସିଆଇ | ବେଙ୍ଗଲ ପଶ୍ଚିମବଙ୍ଗ ରଣଜୀ ଟ୍ରଫି କ୍ରିକେଟ ଟିମର ୭ ଖେଳାଳି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିସିସିଆଇ ର ଚିନ୍ତା ବଢି ଯାଇଛି | ଏ ନେଇ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି । ସମସ୍ତ ବେଙ୍ଗଲ ଖେଳାଳିଙ୍କ ଆରଟି ପିସିଆର ଟେଷ୍ଟ କରାଯାଇଥିଲା । ଏଥିରେ ୭ଜଣ ପଜିଟିଭ ଆସିଛନ୍ତି ।

ଏହି ଖେଳାଳିମାନଙ୍କୁ ଏକାନ୍ତବାସରେ ରଖାଯାଇଛି ବୋଲି ସିଏବି ସେକ୍ରେଟାରୀ ସ୍ନେହାଶୀଷ ଗାଙ୍ଗୁଲି କହିଛନ୍ତି । ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରୁ ଚିନ୍ତାର କାରଣ ସାଜିଛି ।

ସେପଟେ ଦିନକୁ ଦିନ ଏବେ ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମଣ। ଗତ 24 ଘଣ୍ଟା ଭିତରେ ଦେଶରୁ 33 ହଜାର 750 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି 10 ହଜାର 846 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଦିନକରେ 123 ଟି ମୁଣ୍ଡ ନେଇଛି କିଲର ଭାଇରସ । ବର୍ତ୍ତମାନ ଦେଶରେ 1 ଲକ୍ଷ 45 ହଜାର 582ଟି ସକ୍ରିୟ ମାମଲା ରହିଛି ।

ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 45 ହଜାର 582ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ ମୃତ୍ୟୁସଂଖ୍ୟା 4 ଲକ୍ଷ 81 ହଜାର 893କୁ ବୃଦ୍ଧି ପାଇଥିବାବେଳେ ମୋଟ ସୁସ୍ଥସଂଖ୍ୟା 3 କୋଟି 42 ଲକ୍ଷ 95 ହଜାର 407 ରେ ପହଞ୍ଚିଛି । ଏହାସହ ଓମିକ୍ରନ ଭୟାବହତା ଏବଂ ତୃତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତରେ ଟୀକାକରଣ ମଧ୍ୟ ଦ୍ରୁତଗତିରେ ଜାରି ରହିଛି । ଏବେ ସୁଦ୍ଧା ଲୋକଙ୍କୁ ମୋଟ 145 କୋଟି 68 ଲକ୍ଷ 89 ହଜାର 306 ଡୋଜ ଟିକା ଦିଆସରିଛି ।ଏପଟେ ଭାରତରେ ଏବେ ଓମିକ୍ରନ ଭାରିଆଣ୍ଟ କାୟା ମେଲାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ମାମଲା 1700ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ 639 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ 510 ମାମଲା ଚିହ୍ନଟ ହୋଇଛି । ସେହିପରି ମହାରାଷ୍ଟ୍ର ପରେ ଦିଲ୍ଲୀରେ ଦ୍ବିତୀୟ ସର୍ବାଧିକ 351 ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Related Posts