ବିଚାରପତିଙ୍କୁ ‘ମାଇ ଲର୍ଡ’ କହିବା ମନା: ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

ସତ୍ୟପାଠ 03/01 କଟକ: ଏଣିକି ବିଚାରପତିଙ୍କୁ ମାଇ ଲର୍ଡ ବଦଳରେ କୁହାଯିବ ସାର୍‌ । ପ୍ରକାଶିତ ସାପ୍ତାହିକ ମାମଲା ତାଲିକାରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ବିଚାରପତିଙ୍କୁ ମାଇଁ ଲର୍ଡ, ଇୟୋର୍ ଲର୍ଡସିପ୍ ସମ୍ବୋଧନ ନ କରିବାକୁ କୁହାଯାଇଛି । ଏହି ଖଣ୍ଡପୀଠର ବିଚାରପତିଙ୍କୁ ଏଣିକି ‘ମାଇଁ ଲର୍ଡ’, ‘ଇୟୋର ଲର୍ଡସିପ୍’, ‘ଇୟୋର ଅନର’ ଭାବେ ସମ୍ବୋଧନ ନ କରିବାକୁ ଆଇନଜୀବୀ ଓ ଵିଭିନ୍ନ ପକ୍ଷଙ୍କୁ ଅନୁରୋଧ କରାଯାଇଛି । ଏଥିସହ ସମ୍ବୋଧନ ପୂର୍ବରୁ ‘ଅନରେବଲ’ ଉପସର୍ଗ ଯୋଗ ନ କରିବାକୁ ଅନୁରୋଧ କରାଯାଇଛି ।

ଏଭଳି ସବୁ ସମ୍ବୋଧନ ନକରିବା ପ୍ରସଂଗରେ ଆଇନଜୀବୀ ଓ ପକ୍ଷ ଚେଷ୍ଟା କରିବେ । ସାର୍ ସମେତ କୋର୍ଟଙ୍କ ମର୍ଯ୍ୟାଦା ସଂଗତ ଅନ୍ୟ ସମ୍ବୋଧନର ରୀତି ଯଥେଷ୍ଟ ହେବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.‌କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏ ନେଇ ଉଲ୍ଲେଖ ରହିଛି ।

Related Posts