ସମ୍ବଲପୁର, (ସତ୍ୟପାଠବ୍ୟୁରୋ): ହାତରେ ସବୁଜ ଓ ଲାଲ ପତାକା। ଯିଏ ଦେଖିଲେ ବି ଭାବିବ ରେଳ କର୍ମଚାରୀ। ହେଲେ ନକଲି ରେଳ କର୍ମଚାରୀ ସାଜି ଯାତ୍ରୀଙ୍କଠାରୁ ମୋବାଇଲ ଲୁଟ କରୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ନକଲି ରେଳ କର୍ମଚାରୀଙ୍କୁ ଗିରଫ କରିଛି ସମ୍ବଲପୁର ଜିଆରପି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ତୋରା ଗ୍ରାମର ଦିନେଶ ନାଗ l ଅଭିଯୁକ୍ତ ଦିନେଶ ରେଳ ବିଭାଗର ନକଲି ପରିଚୟ ପତ୍ର, ୟୁନିଫର୍ମ ଓ ଲାଲ-ସବୁଜ ପତାକା ବ୍ୟବହାର କରି ଯାତ୍ରୀଙ୍କୁ ଭ୍ରମିତ କରି ମୋବାଇଲ ଲୁଟୁଥିଲା l
ଅଭିଯୁକ୍ତ ଦିନେଶ ପାଖରୁ ଜିଆରପି ପୋଲିସ ନକଲି ରେଳ କର୍ମଚାରୀ ନକଲି ପରିଚୟ ପତ୍ର, ରେଳ ବିଭାଗ ୟୁନିଫର୍ମ, ଲାଲ ଓ ସବୁଜ ସିଗନାଲ ପତାକା ଏଥି ସହ ୧୨ଟି ଚୋରି ମୋବାଇଲ ଜବତ କରିଛି l ଅଭିଯୁକ୍ତ ଦୀନେଶକୁ କୋର୍ଟ ଚାଲାଣ କରାଯାଇଛି। ଏଥିସହ ଅଭିଯୁକ୍ତ ଙ୍କ ନାମରେ କେସ ନମ୍ବର ୯୭/୨୦୨୬ ରେ ମାମଲା ରୁଜୁ କରାଯାଇଛି l ଏଥିସହ ଏହି ମାମଲା ସହ ଆଉ କାହାର ସମ୍ପୃକ୍ତି ଅଛି ତାହା ଉପରେ ତଦନ୍ତ ଜାରି ରହିଛି l
