ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ପୌର ନିର୍ବାଚନ ୱାର୍ଡ଼ ସଂରକ୍ଷଣ ଚିଠା ତାଲିକା

ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ହୋଇଛି ପୌର ନିର୍ବାଚନ ଓ୍ବାର୍ଡ଼ ସଂରକ୍ଷଣ ଚିଠା ତାଲିକା । କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଓ୍ବାର୍ଡ଼ ସଂରକ୍ଷଣର ଚିଠା ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଉପରେ ଆପତ୍ତି ଅଭିଯୋଗ ପାଇଁ ୧୦ ଦିନ ସମୟ ଦିଆଯାଇଛି ।

ରାଜ୍ୟରେ ଥିବା ୫ଟି ମହାନଗର ମଧ୍ୟରୁ ରାଉରକେଲା ଓ ସମ୍ବଲପୁରକୁ ବାଦ୍ ଦେଇ ୩ଟି ମହାନଗରର ଓ୍ବାର୍ଡ଼ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ତେବେ କେତେକ ସ୍ଥାନରେ ସଂରକ୍ଷଣକୁ ନେଇ ଆଶାୟୀ ଚିନ୍ତାରେ ଅଛନ୍ତି । ଡ଼ିସେମ୍ବର ୨୯ ତାରିଖରେ ୩ ମହାନଗର ନିଗମର ଚୁଡ଼ାନ୍ତ ଓ୍ବାର୍ଡ଼ ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ଅନ୍ୟପଟେ ସଂରକ୍ଷଣକୁ ନେଇ ରାଜନୈତିକ ଛକାପଞ୍ଝା ବି ଆରମ୍ଭ ହୋଇଗଲାଣି । ପୂର୍ବତନ କର୍ପୋରେଟର୍‌ଙ୍କ ମଧ୍ୟରେ ନିଜର ପତିଆରା ବଜାୟ ରଖିବାକୁ ପ୍ରୟାସ ଚାଲିଥିବା ବେଳେ ରାଜନୈତିକ ଅଙ୍କକଷା ଚାଲିଲାଣି ।

Related Posts