ଦେଶର ବୀର ପୁଅ ବିପିନଙ୍କ ଶେଷ ବାର୍ତ୍ତା ଶୁଣିବ ଦେଶ

ଦେଶ ହରାଇଛି ବୀର ପୁଅ ବିପିନ ରାବତଙ୍କୁ | କିନ୍ତୁ ମୃତ୍ୟୁ ପୂର୍ବରୁ ଅର୍ଥାତ୍‌ ସ୍ବର୍ଣ୍ଣିମ ବିଜୟ ପର୍ବ ଉପଲକ୍ଷେ ରେକର୍ଡ କରାଯାଇଥିବା ଶୁଭେଚ୍ଛା ବାର୍ତ୍ତା ସେ ଆମ ପାଖରେ ଛାଡି ଯାଇଛନ୍ତି | ଯାହାକୁ ଆଜି ଶୁଣିବ ସାରା ଦେଶ । ବୀରପୁଅର ଦେଶ ଉଦ୍ଦେଶ୍ୟରେ ଶେଷ ବାର୍ତ୍ତାକୁ ଆଜି ଦିଲ୍ଲୀ ଇଣ୍ଡିଆ ଗେଟ୍ ଲନ୍ସରେ ଉଦଘାଟିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଉପସ୍ଥାପନ କରାଯିବ । ଡିସେମ୍ବର 7ରେ ଏହି ବାର୍ତ୍ତା ରେକର୍ଡ କରାଯାଇଥିଲା | ହେଲେ ରେକର୍ଡ କରାଯିବାର ଠିକ ପରଦିନ ହେଲିକପ୍ଟର ଦୁର୍ଘଟଣାରେ ଦୁନିଆରୁ ବିଦାୟ ନେଇଥିଲେ ସିଡିଏସ ବିପିନ ରାୱତ |

Related Posts