ନିଜ ନିର୍ବାଚନୀମଣ୍ଡଳୀ ଗାନ୍ଧୀନଗରକୁ ୪୯.୩୬ କୋଟିର ପ୍ରକଳ୍ପ ଭେଟି ଦେବେ ଗୃହମନ୍ତ୍ରୀ

ନିଜ ନିର୍ବାଚନୀମଣ୍ଡଳୀ ଗାନ୍ଧୀନଗର ବାସୀଙ୍କ ପାଇଁ ୪୯.୩୬ କୋଟିର ପ୍ରକଳ୍ପ ଭେଟି ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା | ଭିସି ଯୋଗେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ | ଅପରାହ୍ନ ୧ଟା ୨୦ରେ ଏହି କାର୍ଯ୍ୟକ୍ରମ ହେବା ବୋଲି ସୂଚନା ମିଳିଛି ।

କାର୍ଯ୍ୟକ୍ରମ ପରେ ଆସନ୍ତାକାଲି ଅର୍ଥାତ ଗୁରୁବାର ଉତ୍ତରପ୍ରଦେଶ ଗସ୍ତରେ ଯିବେ ଗୃହମନ୍ତ୍ରୀ । ସେଠାରେ ବାରଣାସୀରେ ସଙ୍କଟ ମୋଚନ ମନ୍ଦିରରେ ପ୍ରଭୁ ହନୁମାନଙ୍କୁ ଦର୍ଶନ କରିବେ । ଏହାପରେ ବିଜେପିର ଏକ ରାଲିକୁ ସମ୍ବୋଧନ କରିବା ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ ।

ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ବିଜେପି ତାର ରଣନୀତି ପ୍ରସ୍ତୁତ କରୁଛି ।

Related Posts