ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର ପାଇଁ ତାଲିକା ପ୍ରକାଶ, ଦୌଡରେ ଅଶ୍ବିନୀ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର ପାଇଁ ପ୍ରକାଶ ପାଇଛି ତାଲିକା | ଏହି ପ୍ରକାଶିତ ତାଲିକାରେ ୪ ଜଣିଆ ନାଁ ରହିଛି | ତାଲିକାରେ ଭାରତର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବନୀଙ୍କ ନାମ ସ୍ଥାନ ପାଇଛି । ଚେନ୍ନାଇର ଏହି ୩୫ ବର୍ଷୀୟ ଖେଳାଳି ୧ ବର୍ଷ ମଧ୍ୟରେ ୮ଟି ଟେଷ୍ଟ ମ୍ୟାଚରେ ୧୬.୨୩ ଆଭରେଜରେ ୫୨ଟି ୱିକେଟ ଅକ୍ତିଆର କରିଛନ୍ତି । ଆସନ୍ତା ଜାନୁଆରୀ ୨୪ରେ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ ସୂଚନା ମିଳିଛି ।

ଟେଷ୍ଟରେ ଅନ୍ୟତମ ମ୍ୟାଚ ବିଜେତା ଭାବେ ପରିଚିତ ଅଶ୍ବନୀ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ସିଡିନ ଟେଷ୍ଟରେ ସିଜନ ଆରମ୍ଭ କରିଥିଲେ । ୧୨୮ ବଲରୁ ୨୯ ରନ କରି ଭାରତକୁ ପରାଜୟରୁ ଉଦ୍ଧାର କରଥିଲେ ।ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ସେ ୪ଟି ମ୍ୟାଚରୁ ୧୪.୭୨ ହାରରେ ୩୨ଟି ୱିକେଟ ସହ ୧୮୯ ରନ କରି ପ୍ଲେୟାର ଅଫ ଦି ସରିଜ ହୋଇଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଚମ୍ପିୟନସିପରେ ୪ଟି ୱିକେଟ ହାତେଇବାରେ ସଫଳ ହୋଇଥିଲେ ଅଶ୍ବିନୀ । ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ୨ ଟି ମ୍ୟାଚରେ ୧୪ଟି ୱେକଟ ନେଇ ପ୍ଲେୟାର ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ ।ଏହି ସମ୍ମାନଜନକ ପୁରସ୍କାର ପାଇଁ ଅନ୍ୟ ୩ଜଣଙ୍କ ନାଁ ମଧ୍ୟ ରହିଛି । ଇଂଲଣ୍ଡ ଅଧିନାୟକ ଜୋ ରୁଟ, ନ୍ୟୁଜିଲାଣ୍ଡ ପେସ ବୋଲର କାଇଲ ଜେମିସନ ଓ ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେଙ୍କ ନାମ ତାଲିକାରେ ରହିଛି । ରୁଟ ୨୦୨୧ ସିଜିନରେ ୧୫ଟି ଟେଷ୍ଟ ମ୍ୟାଚ ଖେଳି ୧୭୦୮ ରନ ସହ ୬ଟି ଶତକ ହାସଲ କରିଛନ୍ତି । ସେହିପରି ଜାମିସନ ୫ଟି ମ୍ୟାଚ ଖେଳି ୧୭ଟି ୱିକେଟ ନେଇଛନ୍ତି । ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେ ୭ଟି ମ୍ୟାଚ ଖେଳି ୯୦୨ ରନ ସହ ୪ଟି ଶତକ ହାସଲ କରିଛନ୍ତି ।

Related Posts