କେସିଆର ଦେଶଦ୍ରୋହୀ ଭଳି କଥାବାର୍ତ୍ତା କରୁଛନ୍ତି, ତେଲେଙ୍ଗାନାରେ ରହିବାକୁ ସେ ଯୋଗ୍ୟ ନୁହଁ: ବିଜେପି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦୀର୍ଘ ଦିନ ଧରି ବୟାନବାଜି କରିବାରେ ଲାଗିଛନ୍ତି । ହେଲେ ୨୦୧୬ ମସିହାରେ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିବା ପରେ କେସିଆର ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ସେପଟେ କେସିଆରଙ୍କ ଏପରି ବୟାନ ପରେ ଭାରତୀୟ ଜନତା ପାର୍ଟି ତାଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ତେଲେଙ୍ଗାନାର ବିଜେପି ସଭାପତି ବନ୍ଦି ସଞ୍ଜୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଭାରତୀୟ ସେନାକୁ ଦୁର୍ବଳ କରିବା ପାଇଁ ଦେଶଦ୍ରୋହୀ ଭଳି କଥା କହୁଛନ୍ତି। ତୁମ ପରି ଦେଶଦ୍ରୋହୀ ଯିଏ ପାକିସ୍ଥାନ ଏବଂ ଚୀନ୍ର ଏଜେଣ୍ଟ, ତେଲେଙ୍ଗାନା ଦେଶରେ ରହିବାକୁ ଯୋଗ୍ୟ ନୁହେଁ। ଏଥିସହ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ତାଙ୍କ ରକ୍ତ ଫୁଟିବାରେ ଲାଗିଛି । ଗତକାଲି ମୁଖ୍ୟମନ୍ତ୍ରୀ କେସିଆର ଭାରତୀୟ ସେନାକୁ ଅପମାନିତ କରିଥିବାରୁ ସମଗ୍ର ଭାରତ ଲଜ୍ଜିତ ବୋଲି ବିଜେପି ନେତା କହିଛନ୍ତି।

ବୁନ୍ଦୀ ସଞ୍ଜୟ କହିଛନ୍ତି ଯେ ଆପଣ କଂଗ୍ରେସ କର୍ମୀଙ୍କ ଦ୍ୱାରା ଲିଖିତ ସ୍କ୍ରିପ୍ଟ ପଢ଼ୁଛନ୍ତି। ସେପଟେ କେ ଚନ୍ଦ୍ରଶେଖର ରାଓ କହିଥିଲେ ଯେ ମୁଁ ପାକିସ୍ତାନ ବିପକ୍ଷରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗୁଛି । ଭାରତ ସରକାର ଏହାର ପ୍ରମାଣ ଦେଖାନ୍ତୁ। ବିଜେପି ମିଥ୍ୟା ପ୍ରଚାର ପ୍ରସାର କରୁଛି ସେଥିପାଇଁ ଆମେ ପ୍ରମାଣ ମାଗୁଛୁ ବୋଲି କହିଥିଲେ । ଏହା ସହ ଲୋକତନ୍ତ୍ର ବଦଳରେ ଭାରତୀୟ ଜନତା ପାର୍ଟି ରାଜତନ୍ତ୍ର ଭାବରେ କାର୍ଯ୍ୟ କରୁଛି ବୋଲି କେସିଆର କହିଛନ୍ତି । ବାସ ଏହା ପରେ ସାରା ଦେଶରେ କେସିଆରଙ୍କୁ ନେଇ ଅନେକ ସମାଲୋଚନା କରାଯାଉଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ସେପ୍ଟେମ୍ବର ୨୦୧୬ ରେ ଉରିରେ ଥିବା ବେସ୍ କ୍ୟାମ୍ପ ଉପରେ ଆକ୍ରମଣ ପରେ ଭାରତୀୟ ସେନା ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ସେପଟେ ଭାରତ ଗତକାଲି ପୁଲୱାମା ଆତଙ୍କବାଦୀ ଆକ୍ରମଣର ତୃତୀୟ ବାର୍ଷିକୀ ପାଳନ କରିଛି। ୧୪ ଫେବୃଆରୀ ୨୦୧୯ ରେ ଏହି ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ ।

Related Posts