ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନୂଆ ଟିମ ଘୋଷଣା ହୋଇଛି। ଏହି ଟିମରେ ଅଭିଜ୍ଞ ନେତାଙ୍କ ସହ ବହୁ ସଂଖ୍ୟକ ଯୁବ ଓ ମହିଳା ନେତ୍ରୀଙ୍କୁ ସଂଗଠନରେ ଗୁରୁତ୍ୱ ଦିଆଯାଇଛି। ୨୦୨୯ ନିର୍ବାଚନକୁ ନଜରରେ ରଖି ଏହି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ସଦ୍ୟ ପ୍ରକାଶିତ ତାଲିକା ଅନୁସାରେ ୧୩ ଜଣଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ମିଳିଥିବା ବେଳେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହି ତାଲିକାରେ ଓଡ଼ିଶାର ବୈଜୟନ୍ତ ପଣ୍ଡା ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ବ୍ୟତୀତ ତିରଥ ସିଂ ରାୱତ, ରାମ ମାଧବ, ଡି ପୁରନ୍ଦେଶ୍ୱରୀ, ରେଖା ବର୍ମା, ବର୍ଷାବେନ ନରେନ୍ଦ୍ରଭାଇ ଦୋଶୀ, ଭାରତୀ ପ୍ରବୀଣ ପାୱାର, ମନପ୍ରୀତ ସିଂ ବାଦଲ, ଲାଲ ସିଂ ଆର୍ଯ୍ୟ, ପ୍ରଫେସର ଏମ ନାଗାରାଜ, ପ୍ରଫେସର ତାରିକ ମନସୁର, ଡ. ମଧୁଚନ୍ଦ୍ର କରଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି। ସେହିପରି ବିଏଲ. ସନ୍ତୋଷଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ବ ମିଳିଥିବା ବେଳେ ଶିବ ପ୍ରକାଶ ଏବଂ ସୌଦାନ ସିଂହଙ୍କୁ ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ଦିଆଯାଇଛି। ସେହିପରି ୮ ଜଣଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଛି। ଏହି ତାଲିକାରେ ବିନୋଦ ତାୱାଡେ, ସୁନିଲ ବଂଶଲ, ବିପ୍ଳବ କୁମାର ଦେବ, ସ୍ମୃତି ଈରାନୀ, ଡ଼. ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ବିବେଦୀ ଓ ସଞ୍ଜୟ ଭାଟିଆ ଅଛନ୍ତି। ପୀୟୂଷ ଗୋୟଲଙ୍କୁ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଦାୟିତ୍ବ ମିଳିଥିବା ବେଳେ ଓଡ଼ିଶାର ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବ ସଂଯୋଯକ ଦାୟିତ୍ବ ମିଳିଛି। ସେହିପରି ଯୁଗମ କୋଷାଧ୍ୟକ୍ଷ ଭାବେ ରାଜେଶ ମଙ୍ଗଳଙ୍କୁ ଦାୟିତ୍ୱ ମିଳିଛି। ଏହାବ୍ୟତୀତ ୧୬ ବରିଷ୍ଠ ନେତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଛି। ଏହି ତାଲିକାରେ କବିତା ପଟିଦାର, କେ. ସୁନ୍ଦରନ, ଭୋଲା ସିଂ, ପ୍ରଦୀପ ବର୍ମା, ଜଗଦୀଶ ଈଶ୍ୱରଭଇ ପଟେଲ, ସନ୍ଦୀପ ପାଠକ, ଫାଙ୍ଗନନ କୋନ୍ୟକ, ସଂଗୀତା ଯାଦବ, ଅନିଲ ଆଣ୍ଟୋନି, ଏମ ଭେଙ୍କଟସନ, ମନୋଜ ତିଗା, ସିଦ୍ଧାର୍ଥ ଶମ୍ଭୁ, ସ୍ବଦେଶ ସିଂ, ମୃଗାଙ୍କ ଦେଓ ବର୍ମନ, ରୋହନ ଗୁପ୍ତା, ଜୟ ପ୍ରକାଶ ସ୍ଥାନ ପାଇଛନ୍ତି। ସେହିପରି ତରୁଣ ଚୂଘଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟାଳୟ ପ୍ରଭାରୀ, ମହେନ୍ଦ୍ର ପାଣ୍ଡେଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟାଳୟ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଏହି ତାଲିକା ଅନୁସାରେ  ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ଡକ୍ଟର ହେମନ୍ତ ଜୋଶୀ, ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ରୂପ କୁମାରୀ ଚୌଧୁରୀ, ଓବିସି ଫ୍ରଣ୍ଟ ଅଧ୍ୟକ୍ଷ ଅମରପାଲ ମୌର୍ଯ୍ୟ, କିଷାନ ମୋର୍ଚ୍ଚା ଅଧ୍ୟକ୍ଷ ବଂଶୀଲାଲ ଗୁର୍ଜର, ଏସସି ଫ୍ରଣ୍ଟ ଅଧ୍ୟକ୍ଷ ଶିବେଶ କୁମାର ରାମ, ଏସଟି ମୋର୍ଚ୍ଚା ଅଧ୍ୟକ୍ଷ ଡକ୍ଟର ମନ୍ନାଲାଲ ରାୱତ, ସଂଖ୍ୟାଲଘୁ ମୋର୍ଚ୍ଚା ଅଧ୍ୟକ୍ଷ କନୱାର ବସିତ ଅଲି ହୋଇଛନ୍ତି।

ତେବେ ବିଜେପିର ନୂତନ ତାଲିକାରେ ରାଜସ୍ଥାନ, ଉତ୍ତରାଖଣ୍ଡ, ଦିଲ୍ଲୀ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟର ନେତାଙ୍କୁ ସାମିଲ କରାଯାଇଛି। ଏହା ଦଳର କେନ୍ଦ୍ରୀୟ ସଂଗଠନ ମଧ୍ୟରେ ବିଭିନ୍ନ ରାଜ୍ୟର ନେତାମାନଙ୍କୁ ଦାୟିତ୍ୱ ଦେବା ଜାତୀୟ ସ୍ତରରେ ସଂଗଠନର ବିସ୍ତାର ଏବଂ ସମନ୍ୱୟକୁ ସୁଦୃଢ଼ ​​କରିବାର ସଙ୍କେତ ଦିଏ।