ନୂଆଦିଲ୍ଲୀ,(ସତ୍ୟପାଠ ବ୍ୟୁରୋ): ଦେଶରେ ବଡ଼ ଶକ୍ତି ହେଉଛି ଯୁବପିଢି। ଯଦି ଏହି ଯୁବପିଢ଼ି ବେକାର ବସିବେ, ତେବେ ଦେଶ ପାଇଁ ଚିନ୍ତାର ବିଷୟ।
ଭାରତର ସବୁଠୁ ବଡ଼ ଶକ୍ତି ତା’ର ’ଡେମୋଗ୍ରାଫିକ୍ ଡିଭିଡେଣ୍ଟ’ (ଜନସଂଖ୍ୟା ଲାଭାଂଶ) ଅର୍ଥ ଯୁବା ଜନସଂଖ୍ୟାକୁ କୁହାଯାଏ । କିନ୍ତୁ ନିକଟରେ ନୀତି ଆୟୋଗର ରିପୋର୍ଟ ଦେଶ ଆଗରେ କଠୋର ସତକୁ ଦେଖାଇଛି । ରିପୋର୍ଟ ଅନୁସାରେ, ୧୫ରୁ ୨୯ ବର୍ଷ ମଧ୍ୟରେ ପାଖାପାଖି ୮ କୋଟି ୭ ଲକ୍ଷ , ଭାରତୀୟ ଯୁବକ ଯୁବତୀ କିଛି କରୁ ନଥିବା ଶ୍ରେଣୀ ମଧ୍ୟରେ ଆସୁଛନ୍ତି । ଏହାର ଅର୍ଥ ସାଢ଼େ ୮କୋଟି ଯୁବକ ଯୁବତୀ ନା ପଢ଼ୁଛନ୍ତି, ନା ଚାକିରି କରୁଛନ୍ତି ନା କିଛି ଟ୍ରେନିଙ୍ଗ ନେଉଛନ୍ତି ।
ରିପୋର୍ଟ ମୁତାବକ, ଯୁବ ସମାଜର ଏହି କାଟାଗରି ଭିତରେ ଆସିବାର ବଡ଼ କାରଣ ହେଉଛି ଆର୍ଥିକ ଅନଟନ। ରୋଜଗାର ଭିତ୍ତିକ ଟ୍ରେନିଂର ଅଭାବ।
ନିମ୍ନ ଆୟ କରୁଥିବା ପରିବାର ପିଲାମାନେ ପ୍ରଥମେ ଯେବେ କଲେଜ ଯାଆନ୍ତି କଲେଜ୍ ଫି’ , ଏବଂ ପଢ଼ାର ଖର୍ଚ୍ଚ ଚାପରେ ଦଳି ହୋଇଯାଆନ୍ତି । ଏପରି ସ୍ଥିତିରେ କୌଣସି ଫି’ ଭିର୍ତ୍ତିକ , ଅର୍ଥ Paid skill Training ନେବା ତାଙ୍କ ପରେ ଆଉ ସମ୍ଭବ ହୁଏ ନାହିଁ ।
ଆର୍ଥିକ ଅଭାବ କାରଣରୁ ଅନେକ ଯୁବକ ଯୁବତୀ ଗ୍ରାଜୁଏସନ୍ ଶେଷ କରିବା ପରେ ପରିବାରକୁ ସହଯୋଗ କରିବାକୁ କୌଣସି ପ୍ରକାର କାମ କରିବାକୁ ରାଜି ହୋଇଯାଆନ୍ତି । ଅଧିକ ପାଠ ପଢ଼ିବା ସତ୍ତ୍ବେ କମ୍ ଦରମାରେ କାମ କରିବାକୁ ରାଜି ହୋଇଯାଆନ୍ତି । ଏହା ଦେଶ ପାଇଁ ଏକ ରେଡ ଆଲର୍ଟ ବୋଲି କୁହାଯାଇପାରେ।