ନୂଆବର୍ଷରୁ ମହଙ୍ଗା ହେବ ଅନଲାଇନ୍ କ୍ୟାବ୍ ସେବା

ଅନଲାଇନ୍ କ୍ୟାବ୍ ସେବା ଉପଭୋକ୍ତା ଙ୍କ ପାଇଁ ବଡ଼ ଖବର । ନୂଆବର୍ଷରୁ ସାରା ଦେଶରେ ମହଙ୍ଗା ହେବାକୁ ଯାଉଛି ଏହି ସେବା । ତେବେ ଆପଣ ପୂର୍ବରୁ ଅନଲାଇନରେ କ୍ୟାବ୍ ବୁକ୍ କରି ଯାତ୍ରା କଲେ ଯେତିକି ଟଙ୍କା ଦେଉଥିଲେ, ଏବେ ତା’ଠାରୁ ଅଧିକ ଟଙ୍କା ଦେବାକୁ ପଡିବ । ନୂଆବର୍ଷ ଆରମ୍ଭରୁ ଏହି ନୂଆ ନିୟମ ସାରା ଦେଶରେ ଲାଗୁ ହେବା ନେଇ ସୂଚନା ମିଳିଛି ।

କେନ୍ଦ୍ର ସରକାରଙ୍କ ଜିଏସଟି କାଉନସିଲ୍ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯେଉଁଥିରେ ଆପ୍ ବେସଡ୍ କ୍ୟାବ୍ ସର୍ଭିସକୁ ଜିଏସଟି ଅର୍ନ୍ତଭୁକ୍ତ କରାଯିବ ବୋଲି ସୂଚନା ରହିଛି । ତେବେ ଯଦି ଏହି ସେବାରେ ଜିଏସଟି ଟ୍ୟାକ୍ସ ମିଶାଯିବ, ତେବେ ଏଣିକି ଯାତ୍ରୀଙ୍କୁ କ୍ୟାବ୍ ବୁକ୍ କରିବାକୁ ଅଧିକ ଟଙ୍କା ଦେବାକୁ ପଡିବ ।

ନୂଆବର୍ଷରୁ ଅନଲାଇନ୍ କ୍ୟାବ୍ ସେବା ବଢିବାକୁ ଥିବାବେଳେ ସାଧାରଣ ଅଟୋ କିମ୍ବା କାର୍ ଭଡା ଦାମ କିନ୍ତୁ ପୂର୍ବଭଳି ରହିବ । ଲୋକମାନେ ପୁରୁଣା ଦାମ ଦେଇ ଅଟୋ ଆଉ କାରରେ ଯାତ୍ରା କରିପାରିବେ ।

Related Posts