ନୂଆବର୍ଷରେ ଶ୍ରୀମନ୍ଦିର ବନ୍ଦ, ମିଳିବନି ଜଗା ଦର୍ଶନ

ନୂଆବର୍ଷରେ ମିଳିବନି ଜଗା ଦର୍ଶନ। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଜଗନ୍ନାଥପ୍ରେମୀଙ୍କୁ ନିରାଶ ହେବାକୁୁ ପଡ଼ିବ। ସାଧାରଣ ଭକ୍ତଙ୍କୁ ଜଗାଦର୍ଶନ ପାଇଁ ଅନୁମତି ମିଳିବ ନାହିଁ। ଅର୍ଥାତ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ନୂଆବର୍ଷ ଉପ‌ଲକ୍ଷେ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ।

କରୋନା ସଂକ୍ରମଣ ହାର ପୁଣିଥରେ ବଢ଼ିବାକୁ ଲାଗୁଥିବା ବେଳେ ନୂଆବର୍ଷରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆଗାମୀ ୩୧ ତାରିଖ ଓ ୨୦୨୨ ଜାନୁଆରି ୧ରେ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିରରେ କେବଳ ସେବାୟତମାନଙ୍କ ଦ୍ବାରା ନୀତି ସଂପନ୍ନ କରାଯିବ। ଛତିଶାନିଯୋଗ ବୈୖଠକରେ ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।

Related Posts