ପଶ୍ଚିମବଙ୍ଗରେ ଲାଗୁ ହେବ ରାଷ୍ଟ୍ରପତି ଶାସନ ! ବିଜେପିର ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରେ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ । ଏନେଇ ବିଜେପି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି | ବିଜେପି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଇପାରେ ବୋଲି ଟିଏମସିର ଜଣେ ବରିଷ୍ଠ ନେତା ଅଭିଯୋଗ କରିଛନ୍ତି ।

ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ, ଟିଏମସି ଜାତୀୟ ମୁଖପାତ୍ର ସୁଖେନ୍ଦୁ ଶେଖର ରାୟ କହିଛନ୍ତି ଯେ,, ବିଜେପି ସ୍ୱତନ୍ତ୍ର ରଣନୀତି ଆପଣାଇଛି । ବିଜେପି ଉତ୍ତର ପଶ୍ଚିମବଙ୍ଗକୁ ଅଲଗା କରିବାକୁ ଷଡଯନ୍ତ୍ର କରୁଛି । ଏହାସହ ରାଜ୍ୟରେ ଆଇନ୍‌ ଶୃଙ୍ଖଳାକୁ ନେଇ ଉପରେ ଚିନ୍ତାବ୍ୟକ୍ତ କରି, ସିବିଆଇକୁ ବ୍ୟବହାର କରିବା ଏବଂ ରାଜ୍ୟପାଳଙ୍କୁ ଏଜେଣ୍ଟ ଭାବେ ବ୍ୟବହାର କରିପାରେ । ଏବେବି ରାଜ୍ୟପାଳ ସରକାର ବିରୋଧୀ କାମ କରୁଛନ୍ତି । ପ୍ରେସ କନଫରେନ୍ସ କରି ସରକାର ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ପୂର୍ବରୁ କେଉଁ ରାଜ୍ୟପାଳ ଏପରି କରିନଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସିବିଆଇ ହଠାତ ସକ୍ରିୟ ହୋଇଯାଇଛି । ନିକଟରେ ଗୃହମନ୍ତ୍ରୀ ବିଜେପି ଯୁବ ନେତାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଉଠାଇଥିଲେ । କିନ୍ତୁ କ୍ୟାମେରାରେ ଲାଞ୍ଚ ନେଲା ବେଳେ ଧରା ପଡିଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାବଦରେ ଶାହ ଚୁପ୍ ଅଛନ୍ତି । ଏହା ବିଜେପିର ପୂର୍ବ ଯୋଜନା ଅନୁସାରେ ହୋଇଛି ।

ଏହାସହ ସେ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିକଟରେ ପଶ୍ଚିମବଙ୍ଗ ଯାତ୍ରା କରିଥିଲେ । ଏବେ ସେ ପଶ୍ଚିମବଙ୍ଗ ଅଞ୍ଚଳରେ ରାଲି କରିବାକୁ ଯୋଜନା କରିଛନ୍ତି। କେନ୍ଦ୍ର ସରକାର ଦେଶକୁ ବିଭାଜିତ କରିବା ସହିତ ରାଜ୍ୟର ବାକି ଅଞ୍ଚଳରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ହିଂସା ସୃଷ୍ଟି ନକଲେ ବିଜେପି ଜିତିପାରିବ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ଟିଏମସି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।

Related Posts