ରାଜଧାନୀରେ ପୁଣି ବୁଲିଲା ଖଣ୍ଡା: ଫଳ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଦିନକୁ ଦିନ ଅସୁରକ୍ଷିତ ହେବାକୁ ବସିଛି ରାଜଧାନୀ ଭୁବନେଶ୍ଵର। ବିଚ୍ ରାସ୍ତାରେ ହତ୍ୟାକାଣ୍ଡ ପରି ଜଘନ୍ୟ କାଣ୍ଡ ଘଟୁଥିବା ବେଳେ, ଭୁବନେଶ୍ବର ଅନ୍ତର୍ଗତ ଭରତପୁର ଅଞ୍ଚଳରେ ବିଚ୍ ରାସ୍ତାରେ ଖଣ୍ଡାରେ ଆକ୍ରମଣ ହୋଇଛି । ଫଳ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ କିଛି ଦୁର୍ବୃତ୍ତ ହାଣିଥିବା ଜଣାପଡ଼ିଛି । ଫଳରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏଥି ସହିତ ୪ ଜଣ ଦୁର୍ବୃତ୍ତଙ୍କୁ ଭରତପୁର ଥାନା ପୋଲିସ ଧରିଥିବା ସୂଚନା ମିଳିଛି ।

Related Posts