ପୁଣି ଚର୍ଚ୍ଚାରେ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି

ନାଁ ନଧରି ପୁଣିଥରେ ଫେସବୁକ୍ ପୋଷ୍ଟ କରି ତେରଛା ବାଣ ମାରିଲେ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲା | ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି ଜାଗ୍ରତି । ଆଜି ଜାଗୃତୀ ଫେସ୍‌ବୁକରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, “ଶୁଣିବାକୁ ପାଇଲି ଜଣେ ଅଭିନେତାଙ୍କ ବୃଦ୍ଧ ଓ ଅସୁସ୍ଥ ବାପାମା’ ଏବଂ ତାଙ୍କ ପୂରା ପରିବାର ଦେଢ଼ ବର୍ଷରୁ ଅଧିକ ସମୟ ଧରି ଭଡ଼ା ଘରେ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଅଭିନେତାଙ୍କ ସାନ ଭାଇଙ୍କ ପତ୍ନୀ ଓ ଛୁଆ ମଧ୍ୟ ଅଛନ୍ତି। ଅଭିନେତାଙ୍କ ପୈତୃକ ଘରେ କେବଳ ତାଙ୍କ ପତ୍ନୀ ରହୁଛନ୍ତି। ଯାହାଙ୍କ ସହିତ ତାଙ୍କର ଆଉ ଭଲ ସମ୍ପର୍କ ନାହିଁ। କେହି କେବେ ଚିନ୍ତା କରିଛନ୍ତି କି, ସେହି ଯୌଥ ପରିବାରରେ ଆହୁରି ମଧ୍ୟ ବୋହୂମାନେ ଅଛନ୍ତି? ସେମାନେ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଖୁସିରେ ରହୁଛନ୍ତି। କେବେ କୌଣସି ଗଣମାଧ୍ୟମ ଏହାକୁ ନେଇ ପ୍ରଶ୍ନ କରିଛି କି?? କାହିଁକି? କାରଣ ହୋଇପାରେ, ସେଥିରେ ଅଧିକ ମସଲା ନାହିଁ।”

ପୂର୍ବରୁ ଜାଗ୍ରତିଙ୍କ ଆଉ ଏକ ଫେସବୁକ ପୋଷ୍ଟ । ଯେଉଁଥିରେ ଜାଗ୍ରତି ଲେଖିଥିଲେ, ମୁଁ ଜାଣିବାକୁ ପାଇଲି ଜଣେ ସାଂସଦଙ୍କ ପତ୍ନୀ ବାହାଘର ସାର୍ଟିଫିକେଟ, ପାସପୋର୍ଟ, ପ୍ୟାନକାର୍ଡ, ବ୍ୟାଙ୍କ ଆକାଉଂଟ, ଆୟକର ଦାଖଲ ଭଳି ସମସ୍ତ ଡକୁମେଂଟରେ ଭିନ୍ନ ଭିନ୍ନ ନାଁ ଉଲ୍ଲେଖ କରିଛନ୍ତି । ଏଥିସହ ଆହୁରି ମଧ୍ୟ ଜାଣିବାକୁ ପାଇଲି ଯେ, ସେ ନିଜ ଅଭିଭାବକଙ୍କ ସାଙ୍ଗିଆକୁ ମଧ୍ୟ ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଅଲଗା ଭାବେ ବ୍ୟବହାର କରିଛନ୍ତି । ଏହାକୁ କଣ ଠକାମୀ ଭାବେ ଗ୍ରହଣ କରାଯିବନି ? ସେ କଣ ତଦନ୍ତ ପରିସରଭୁକ୍ତ ହେବା ଉଚିତ ନୁହେଁ ? ନା ସେ ସାଂସଦଙ୍କ ପତ୍ନୀ ଭାବେ ଏଥିରୁ ମୁକ୍ତି ପାଇଯିବେ ? ସାଂସଦଙ୍କ ପତ୍ନୀ ଭାବେ କଣ ସେ ସମସ୍ତ ସୁବିଧା ସୁଯୋଗ ପାଇବା ଉଚିତ ?

ପୂର୍ବରୁ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ସଂସଦରେ ବର୍ଷାଙ୍କୁ ଯେଉଁ ସୁବିଧା ସୁଯୋଗ ମିଳୁଥିଲା ତାକୁ ବାତିଲ କରିବାକୁ ଦାବି କରିଥିଲେ । ଏପରିକି ମିଛ ତଥ୍ୟ ଓ ଡକ୍ୟୁମେଂଟ ବର୍ଷା ଦେଇଥିବା ନେଇ ଲୋକସଭା ସେକ୍ରେଟେରିଏଟକୁ ଅନୁଭବ ଜଣାଇଥିଲେ । ଯେହେତୁ ଉଭୟ ଅନୁଭବଙ୍କ ପୁରୁଣା ବକ୍ତବ୍ୟ ଏବଂ ଜାଗ୍ରତିଙ୍କ ପୋଷ୍ଟରେ ସମାନତା ରହିଛି, ତେଣୁ ଜାଗ୍ରତିଙ୍କ ଫେସବୁକ ପୋଷ୍ଟ ବର୍ଷାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଥିଲା ।

Related Posts