ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା: ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ, ବଲାଙ୍ଗ ପୁଲିସ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛି | ହଜାରେରୁ ଅଧିକ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ପୋଲିସ | ଏଥିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ ଡ୍ରାଇଭର ରାଧେ ନାଁରେ ରହିଛି ।

ଆସନ୍ତା ୧୫ ତାରିଖରେ ଗୋବିନ୍ଦ ସାହୁ କୋର୍ଟ ଚାଲାଣକୁ ୧୨୦ ଦିନ ପୁରୁଥିଲା । ତା ପୂର୍ବରୁ ଏହି ଚାର୍ଜସିଟ ଦାଖଲ କରିଛି ପୁଲିସ । କଳାହାଣ୍ଡି ମହାଲିଙ୍ଗରେ ଥିବା ସନସାଇନ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ହୋଇଯାଇଥିଲେ । ଏ ନେଇ ଏତଲା ହେବା ପରେ ପୁଲିସ ଖୋଳତାଡ ଆରମ୍ଭ କରିଥିଲା । ଏହି ଘଟଣାରେ ମହାଲିଙ୍ଗ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ନାଁ ସାମ୍ନାକୁ ଆସିଥିଲା ।

ଗୋବିନ୍ଦ କିଛିଦିନ ଫେରାର ରହି ଗିରଫ ହେବା ପରେ ପୁରା କାହାଣୀ ସାମ୍ନାକୁ ଆସିଥିଲା । ନିଜର କଳା କାରନାମା ଧରାପଡିଯିବା ଭୟରେ ସେ ମମିତାଙ୍କୁ କାର ଭିତରେ ତଂଟି ଚିପି ହତ୍ୟା କରିଥିଲା । ପରେ ପ୍ରମାଣ ନଷ୍ଟ ପାଇଁ ମହାଲିଙ୍ଗ ଷ୍ଟାଡିମୟରେ ପୋଡିକି ପୋତି ଦେଇଥିଲା । ପୁରା ଘଟଣାରେ ଗୋବିନ୍ଦ ସାହୁର ଡ୍ରାଇଭର ରାଧେ ବି ସାମିଲ ଥିଲା ।

Related Posts