ପୁଣି ଫେରିଲା ନାଇଟ୍‌ କର୍ଫ୍ୟୁ, ଗୁଜରାଟର ୮ ପ୍ରମୁଖ ସହରରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି

ବଢୁଛି ଓମିକ୍ରନ ଭୟ, ବଢୁଛି ଆକ୍ରାନ୍ତ ଙ୍କ ସଂଖ୍ୟା | ବଢୁଥିବା ସଂକ୍ରମଣ ମଧ୍ୟରେ ରାଜ୍ୟରେ ପୁଣି ଆରମ୍ଭ ହୋଇଗଲାଣି କରୋନା କର୍ଫ୍ୟୁ ଓ ଅନ୍ୟାନ୍ୟ କଟକଣା । ଗୁଜରାଟର ୮ ପ୍ରମୁଖ ସହରରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପୁଣିଥରେ ନାଇଟ୍‌ କର୍ଫ୍ୟୁ ଲଗାଯାଇଛି। ଏଏନ୍ଆଇର ସୂଚନା ଅନୁସାରେ, ଅହମଦାବାଦ,ରାଜକୋଟ, ସୁରତ, ବଡ଼ୋଦରା, ଜାମନଗର, ଭାବନଗର, ଗାନ୍ଧୀନଗର ଓ ଜୁନାଗଡ଼ରେ ଚଳିତ ବର୍ଷ ଶେଷ ଯାଏ(ଡିସେମ୍ବର ୩୧) ନାଇଟ୍‌ କର୍ଫୁ ଲଗାଯାଇଛି।

ରାତି ୧ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

ସୂଚନା ଥାଉକି, ପୂର୍ବରୁ ଗୁଜରାଟ ସରକାର ଏହିସବୁ ସହରମାନଙ୍କରେ ନଭେମ୍ବର ୧ ତାରିଖରୁ ନାଇଟ୍ କର୍ଫ୍ୟୁ ଲଗାଇଥିଲେ। କରୋନା ସଂକ୍ରମଣରେ ହ୍ରାସ ଓ ଦୀପାବଳି ଆଉ ଛଟ୍‌ପୂଜାକୁ ନଜରରେ ରଖି କର୍ଫ୍ୟୁକୁ ଦୁଇ ଘଣ୍ଟା କମାଇ ଦିଆଯାଇଥିଲା। ଏହାପରେ ସରକାର ପୁଣି ଡିସେମ୍ବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ବଢ଼ାଇ ଦେଇଥିଲେ। ଅନ୍ୟପଟେ ବର୍ତ୍ତମାନ ନାଇଟ୍‌ କର୍ଫ୍ୟୁରେ ଅଧରାତି ପର୍ଯ୍ୟନ୍ତ ୭୫ ପ୍ରତିଶତ କ୍ଷମତା ସହିତ ରେସ୍ତୋରାଁ ଖୋଲିପାରିବ। ତା ସହିତ ଅଧରାତି ପର୍ଯ୍ୟନ୍ତ ହୋମ୍‌ ଡେଲିଭରି ଓ ଟେକ୍-ଏୱେ ସେବାକୁ ବି ଅନୁମତି ମିଳିଛି।

Related Posts