ଓମିକ୍ରନ ଭୟରେ ଭାରତୀୟ ସେୟାର ବଜାରର ସ୍ଥିତି ସଂଘିନ, ଗୋଟିଏ ଦିନରେ ପ୍ରାୟ ୭ ଲକ୍ଷ କୋଟିର କ୍ଷତି

ଭାରତୀୟ ସେୟାର ବଜାର ଉପରେ ପଡିଛି ଓମିକ୍ରନ ପ୍ରଭାବ | ଗୋଟିଏ ଦିନରେ ୭ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକାରୀ । ସେନସେକ୍ସ ୧୧ଶହ ୯୦ପଏଂଟ ଆଜି ତଳକୁ ଖସିଯାଇଛି । ନିଫଟିରେ ମଧ୍ୟ ୩୭୧ପଂଏଟ ହ୍ରାସ ହୋଇଛି । ଦୁଇ ଦିନରେ ନିବେଶକ ହରାଇଲେ ପ୍ରାୟ ୧୧ ଲକ୍ଷ କୋଟି ।

କରୋନାର ନୂଆ ପ୍ରଜାତି ଓମିକ୍ରନ, ଧୀରେ ଧୀରେ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ବିଶେଷ କରି ବ୍ରିଟେନ୍ ଓ ଅନ୍ୟ ୟୁରୋପୀୟ ଦେଶରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । କିଛି ଦେଶରେ ପୁଣି ଥରେ ଲକଡାଉନ ଭଳି ଶକ୍ତ କଟକଣା ଫେରିଛି । ଆଉ ଏହାର ସିଧା ପ୍ରଭାବ ପଡ଼ିଛି ସେୟାର ବଜାର ଉପରେ । ଶୁକ୍ରବାର ଦିନ ଭାରତୀୟ ସେୟାର ବଜାର ତଳକୁ ଖସିଥିଲା, ସୋମବାର ଆରମ୍ଭରୁ ତଳମୁହାଁ ହୋଇଚାଲିଲା ସେୟାର ବଜାର ।

Related Posts