ପୁରୀ-ପାଟନା ବିଶେଷ ଟ୍ରେନ ଚଳାଚଳ ପୁଣି ଏକ ମାସ ବୃଦ୍ଧି

ଯାତ୍ରୀମାନଙ୍କ ଚାହିଦା ଓ ଦାବିକୁ ଦୃଷ୍ଟିରେ ରଖି ୦୮୪୩୯/୦୮୪୪୦ ପୁରୀ-ପାଟନା-ପୁରୀ ସ୍ପେଶାଲ ଟ୍ରେନ ଚଳାଚଳ ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପୁରୀରୁ ପ୍ରତ୍ୟେକ ଶନିବାର ଅପରାହ୍ନ ୨ଘ.୫୫ମି.ରେ ଛାଡୁଥିବା ୦୮୪୩୯ ପୁରୀ-ପାଟନା ସ୍ପେଶାଲ ୨୦୧୧ ନଭେମ୍ବର ୨୭ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି ଫେରିବା ମାର୍ଗରେ ପାଟନାରୁ ପ୍ରତ୍ୟେକ ସୋମବାର ଅପରାହ୍ନ ୧ଘ.୪୫ମି.ରେ ଛାଡୁଥିବା ୦୮୪୪୦ ପାଟନା-ପୁରୀ ସ୍ପେଶାଲ 2021 ନଭେମ୍ବର ୨୮ ପର୍ଯ୍ୟନ୍ତ ଚଳାଚଳ କରିବ।

Related Posts