ପୁଲୱାମା ଆତଙ୍କବାଦି ଆକ୍ରମଣକୁ ପୁରିଲା ୩ ବର୍ଷ

ପୁଲୱାମା ଆତଙ୍କବାଦି ଆକ୍ରମଣ ଘଟଣା ଆଜିକୁ ପୁରିଲା ୩ ବର୍ଷ । ଆଜି ବି ସେହି ଛାତିଥରା ଘଟଣା ସମସ୍ତଙ୍କ ହୃଦୟରେ ଉଜିବିତ ହୋଇ ରହିଛି । ପ୍ରତେକ ଭାରତୀୟଙ୍କ ଆଖିରେ ଆଣିଦେଇଛି ଲୁହ।

ଏହି ଆକ୍ରମଣରେ ଭାରତୀୟ ସେନାର ୪୦ ବୀର ଯବାନ୍ ସହିଦ ହୋଇଥିଲେ । ଆଉ ଆଜି ସେହି ବୀର ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ପୁରା ଦେଶ । ୨୦୧୯ ଆଜି ଦିନରେ ସିଆରପିଏଫ୍ ଯବାନ୍‌ଙ୍କୁ ନେଇ ଯାଉଥିବା ଏକ ବସ୍ ସହିତ ଏକ ବୋମା ଭର୍ତ୍ତି ଗାଡି ଧକ୍କା କରାଇ ଏହି ଆକ୍ରମଣ କରାଯାଇଥିଲା ।

ପାକିସ୍ତାନୀ ଆତଙ୍କବାଦି ସଂଗଠନ ଜୈଶ-ଇ-ମହମ୍ମଦ ପକ୍ଷରୁ ଏହି ହମଲା କରାଯାଇଥିଲା ଯାହା ପ୍ରତିଟି ଭାରତୀୟ ମନରେ ଶତୃ ରାଷ୍ଟ୍ର ପ୍ରତି ଆହୁରି ଆକ୍ରୋଶ ଭରି ଦେଇଥିଲା ।

ଏହି ଘଟଣା ଘଟିବା ପରେ ଭାରତୀୟ ସେନା ମାତ୍ର ଦୁଇ ସପ୍ତାହ ମଧ୍ୟରେ ୪୦ ସହିଦ୍‌ଙ୍କ ପ୍ରାଣବଳିର ପ୍ରତିଶୋଧ ତ ନିଶ୍ଚୟ ନେଇଥିଲା ମାତ୍ର ଆଜି ବି ଦେଶବାସୀଙ୍କ ମନରେ ଏହି କ୍ଷତ ଉଦଜୀବିତ ରହିଛି।

ଅନ୍ୟପଟେ ଆଜି ବୀର ସହିଦଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସହିଦ ଯବାନଙ୍କୁ ସ୍ମରଣ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଟୁଇଟ୍ କରି ଲେଖିଛନ୍ତି: ୨୦୧୯ ମସିହା ଆଜିର ଦିନରେ ପୁଲ୍‌ୱାମାର ସମସ୍ତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ପ୍ରତି ଉଲ୍ଲେଖନୀୟ ସେବା ପାଇଁ ସେମାନଙ୍କୁ ସ୍ମରଣ କରୁଛି ।

Related Posts