ୱାଇ-ଫାଇ ପାଇଁ ୧୫ ବର୍ଷୀୟ ବାଳକ ନେଲା ବାପା ମାଙ୍କ ଜୀବନ

ୱାଇ-ଫାଇ ପାଇଁ ୧୫ ବର୍ଷୀୟ ବାଳକ ନିଜ ପରିବାରର ସମସ୍ତଙ୍କୁ ହତ୍ୟା କରିଛି । ସ୍ପେନ୍‌ରେ ଘଟିଛି ଏହି ଘଟଣା । ବାପା ମା ୱାଇ-ଫାଇ ସଂଯୋଗ କାଟି ଦେବାକୁ ନେଇ ଉତ୍ତେଜିତ ହୋଇପଡ଼ିଥିଲା ଯୁବକ । ଯାହାକୁ ନେଇ ବାଳକ ଜଣକ ରାଗରେ ଜର୍ଜରିତ ହୋଇ ନିଜର ମା’-ବାପା ଓ ସାନଭାଇକୁ ଗୁଳିକରି ହତ୍ୟା କରିଛି । କେବଳ ସେତିକି ନୁହେଁ ପରିବାରର ସମସ୍ତଙ୍କ ହତ୍ୟା କରିସାରିବା ପରେ ମୃତଦେହ ସହିତ ୩ ଦିନ ପର୍ଯ୍ୟନ୍ତ ବନ୍ଦ ଘର ଭିତରେ ରହିଥିଲା ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଅଭିଯୁକ୍ତ ବାଳକକୁ ଅଟକ ରଖିଛି । ସ୍ପେନର ଏଲ୍ସ ହରରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ନାବାଳକ ସ୍ୱୀକାର କରିଛି । ପୋଲିସ କହିଛି ଯେ, ଶୁକ୍ରବାର ଦିନ ନାବାଳକୁ ଅଟକ ରଖାଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ସ୍କୁଲ ପରୀକ୍ଷାରେ ଭଲ ନମ୍ବର ନଆଣିବା ଓ ଘରୋଇ କାମରେ ସହଯୋଗ ନ କରିବାରୁ ମା’ ୱାଇ-ଫାଇ କନେକ୍‌ଶନ କାଟି ଦେଇଥିଲେ । ଏଥିରେ ରାଗି ଯାଇ ନାବାଳକ ନିଜର ବାପା-ମା’ ଓ ୧୦ ବର୍ଷ ବୟସର ସାନଭାଇକୁ ଗୁଳି କରିଥିଲା ।

Related Posts