ପୂର୍ବତନ ମନ୍ତ୍ରୀ ଦା‌ମୋଦର ରାଉତଙ୍କ ଗାଡି ଉପରକୁ ଆକ୍ରମଣ ହୋଇଛି। ରବିବାର ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉର କାର୍‌ରେ ନିଜ ଗାଁକୁ ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ୮ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ସରପଞ୍ଚ ପ୍ରାର୍ଥୀ ଥିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ କାର୍‌ରେ ନିଜ ଗାଁକୁ ଫେରୁଥିଲେ। ତେବେ କୁଜଙ୍ଗ ବ୍ଲକ୍‌ ସାଇଲୋ ପଞ୍ଚାୟତର ବାଲିସାହି ନିକଟରେ ଏକ ନିର୍ବାଚନୀ ଶୋଭାଯାତ୍ରା ଆସୁଥିବା ଦେଖି ଗାଡ଼ି ଚାଳକ କାର୍‌କୁ ରାସ୍ତା ପାର୍ଶ୍ୱରେ ସାଇଡ୍‌ କରି ଦେଇଥିଲେ। ଶୋଭାଯାତ୍ରାରେ ଗଲା ପରେ ଯିବା ପାଇଁ ଅପେକ୍ଷା କରିଥିଲେ। ହେଲେ ଜଣେ ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଦାମୋଦର ରାଉତଙ୍କୁ ଗାଳି ଗୁଲଜ କରିଥିଲେ। ଏପରିକି ତାଙ୍କ କାର୍‌କୁ ଭଙ୍ଗାରୁଜା କରିଥିଲେ । ଯାହାଫଳରେ କାର୍‌ କାଚ, ବର୍ଣ୍ଣେଟ୍‌ ଭାଙ୍ଗିଥିବା ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ଲୋକେ ବିରୋଧ କରିବାରୁ ସେମାନେ ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ଦାମୋଦର ରାଉତ ବ୍ଲକ ନିର୍ବାଚନ ଅଧିକାରୀ ତଥା କୁଜଙ୍ଗ ବିଡିଓଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତିର୍ତ୍ତୋଲ ଥାନା ଅଧିକାରୀଙ୍କୁ ବିଡିଓ ନିର୍ଦ୍ଦେଶ ଦେଇଥିଲେ।

ଅଭିଯୋଗକୁ ଭତ୍ତି କରି ପୁଲିସ ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି।