କଳିଙ୍ଗ ଷ୍ଟାଡିୟମ୍‌ର ନବୀକରଣ କାର୍ଯ୍ୟର ସମୀକ୍ଷା ନେଇ ଅଚାନକ୍ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

କଳିଙ୍ଗ ଷ୍ଟାଡିୟମ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାଡିୟମ୍ ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ହଟାତ୍ ପହଂଚି ସମୀକ୍ଷା କରିଛନ୍ତି । ଏଥିସହ ଓଡ଼ିଶା ମହିଳା ଫୁଟବଲ୍ ଲିଗ୍ ମ୍ୟାଚ ମଧ୍ୟ ଦେଖିଚନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ଏହାର ପରିସର ମଧ୍ୟରେ ଚାଲିଥିବା ପ୍ରମୁଖ କ୍ରୀଡା ଭିତ୍ତି ଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି, ବିଶେଷ କରି ଇନଡୋର ସନ୍ତରଣକେନ୍ଦ୍ର, ଯାହା ଆଗାମୀ ଦିନ ମାନଙ୍କରେ ସନ୍ତରଣକାରୀଙ୍କୁ ସବୁ ଅନ୍ତର୍ଜାତୀୟ କ୍ରୀଡା ପାଇଁ ଅଭ୍ୟାସରେ ସହାୟକ ହେବାକୁ ଯାଉଛି । ଏଥିସହ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡିୟମର ସ୍ଥିତି ମଧ୍ୟ ପରଖିଛନ୍ତି ଯାହା ଭାରତରେ କ୍ରୀଡାବିତ୍‌ଙ୍କ ପାଇଁ ଷ୍ଟାଡିୟମ୍‌ରେ ପ୍ରଥମ ସୁବିଧା ହେବ ।

ଗତ ବର୍ଷ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗୁଡିକ ଖୁବ୍‌ଶୀଘ୍ର ଉନ୍ମୋଚିତ ହେବାକୁ ଯାଉଛି ବୋଲି ସୂଚନା ମିଳିଥିବା ବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରା ସ୍ଥିତିର ସମୀକ୍ଷା କରିଛନ୍ତି ।

Related Posts