ପୋଲିସ ଜାଲରେ ମହାଠକ, ନକଲି ଡକ୍ୟୁମେଣ୍ଟ ବନାଇ ବ୍ୟାଙ୍କରୁ ସାଢେ ୪ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ

ମଞ୍ଚେଶ୍ୱର ଥାନା ପୋଲିସକୁ ମିଳିଛି ବଡ ସଫଳତା | ଜାଲରେ ଛଂଦି ହୋଇଛି ମହାଠକ | ଭିନ୍ନ ଭିନ୍ନ ଉପାୟ ବାହାର କରି ଟଙ୍କା ହଡପ୍ କରିବାରେ ମାହିର ଥିବା ମହାଠକ କୁ ଗିରଫ କରିଛି ପୋଲିସ | କେତେବେଳେ ଭିନ୍ନ ପନ୍ଥା ଆପଣାଇ ଏଟିଏମ୍ ଳୁଟ୍ ତ ଆଉ କେତେବେଳେ ନକଲି ଡକ୍ୟୁମେଣ୍ଟ ବନାଇ ବ୍ୟାଙ୍କରୁ ଟଙ୍କା ଠକୁଥିଲା |

ସେଭଳି ଏକ ମାମଲା ଏବେ ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ନକଲି ଆଧାରକାର୍ଡ, ପ୍ୟାନକାର୍ଡ ଓ ଅନ୍ୟାନ ଡକ୍ୟୁମେଣ୍ଟ ତିଆରି କରି ବିଭିନ୍ନ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀରୁ ଟଙ୍କା ଠକୁ ଥିଲେ ଯୁବକ । ଏଭଳି ଜାଲିଆତି କରି ଟଙ୍କା ଠକୁ ଥିବା ଯୁବକକୁ ଆଜି ମଞ୍ଚେଶ୍ୱର ଥାନା ପୋଲିସ୍ ଗିରଫ କରିଛି । ଯୁବକ ଜଚ୍ଚଙ୍କ ଅଡଶପୁର ଅଞ୍ଚଳର ହୋଇଥିବା ଜଣାପଡିଛି ।

ଫାଇନାନ୍ସ କମ୍ପାନୀ ସହ ବିଭିନ୍ନ ବ୍ୟାଙ୍କରେ ଫେକ ଡକୁମେଣ୍ଟ ଦେଇ ଲୋନ ଆଣିବା ସହ ଅନେକ ଲୋକଙ୍କୁ ଠକିଛି ଏହି ଠକ । ଏହି ଠକର ନାଁ ସ୍ମୃତି ରଞ୍ଜନ । ସ୍ମୃତି ରଞ୍ଜନକୁ ଓଡ଼ସପୁରରୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।

Related Posts