ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ନେଲେ ବୁଷ୍ଟର ଡୋଜ

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ ଟୀକାକରଣ । ପ୍ରଥମ ପର୍ୟ୍ୟାୟରେ ସମ୍ମୁଖ ଯୋଦ୍ଧା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ନର୍ସ ମାନଙ୍କୁ ଟୀକା ଦିଆଯାଉଥିବା ବେଳେ, ପ୍ରାଥମିକତା ଭିତ୍ତିରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ବୁଷ୍ଟର ଡୋଜ ନେଇଛନ୍ତି | ତାଙ୍କୁ ବିଧାନସଭା ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ଡୋଜ ଦିଆଯାଇଥିବା ସୂଚନା ମିଳିଛି ।

ସାରା ରାଜ୍ୟରେ ବୁଷ୍ଟର ଡୋଜକୁ ଦିଆଯାଉଛି । ରାଜ୍ୟରେ କୋରୋନା ସଂକ୍ରମଣ ହୁ ହୁ ବଢି ଚାଲିଥିବା ବେଳେ ଏହି ବୁଷ୍ଟର ଡୋଜ ପାଇଁ ସରକାର ଘୋଷଣା କରିଥିଲେ । ଆଜିଠୁ ରାଜ୍ୟରେ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକ ପ୍ରିକସନ ଟିକା ନେବାକୁ ଥିବା ବେଳେ ପ୍ରାଥମିକତା ଭିତ୍ତିରେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବୟସରୁ ଊର୍ଦ୍ଧ୍ବଙ୍କୁ ଏହି ଟିକା ଦିଆଯିବ ।

ଡିସେମ୍ବର 25 ରେ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ ସ୍ବାସ୍ଥ୍ୟକର୍ମୀ, ଆଗଧାଡିର କର୍ମଚାରୀ ଏବଂ 60 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ ଟିକା ପ୍ରଦାନ କରାଯିବ । ଘୋଷଣା ଅନୁଯାୟୀ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

Related Posts