ପ୍ରଚାର କରିବାକୁ ଯାଇ ଆଉ ଘରକୁ ଫେରିଲେନି ସରପଂଚ ପ୍ରାର୍ଥୀ: ପରିବାର ଲୋକ ଆଣିଲେ ଅପହରଣ ଅଭିଯୋଗ

ପଂଚାୟତ ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ସେତେ ସରଗରମ ହେଉଛି ରାଜ୍ୟ ରାଜନୀତି | ନିର୍ବାଚନୀ ହିଂସା ମଧ୍ୟ ବଢିବାକୁ ଲାଗୁଛି | ଅନୁଗୁଳ ମାଛକୁଟା ପଂଚାୟତରୁ ଆସିଛି ସେମିତି କିଛି ଅଭିଯୋଗ | ସରପଂଚ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି | ଥାନାର ଦ୍ୱାରସ୍ଥ ହେଲେ ନିଖୋଜ ମନୋଜ କୁମାର ସେଠୀଙ୍କ ପରିବାର ଓ ଗ୍ରାମବାସୀ । ନିର୍ବାଚନ ପାଇଁ ସେ ଘରକୁ ଘର ବୋଲି ପ୍ରଚାର କରୁଥିଲେ । ଗତକାଲି ସକାଳୁ ମଧ୍ୟ ପ୍ରଚାର ପାଇଁ ଘରୁ ବାହାରି ଯାଇଥିଲେ । ହେଲେ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ ।

ପରିବାର ଲୋକେ ଫୋନ୍ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା । ଏହା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ନପାଇବାରୁ ଶେଷରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ମନୋଜ କୁମାର ସେଠୀଙ୍କୁ ଅପହରଣ କରାଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

ରାଜ୍ୟରେ ପାଖଉଛି ପଞ୍ଚାୟତ ପରୀକ୍ଷା । ଏନେଇ ସରଗରମ ହୋଇଛି ରାଜନୀତି । ଏଭଳି ସ୍ଥିତିରେ ଅନୁଗୋଳ ଜିଲ୍ଲାରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ନିଖୋଜ ହୋଇଛନ୍ତି ।

ଗତକାଲି ସନ୍ଧ୍ୟାରୁ ମନୋଜ ନିଖୋଜ ଅଛନ୍ତି । ପ୍ରଚାର ପାଇଁ ଘରୁ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ଫେରି ନାହାନ୍ତି । ତାଙ୍କ ମୋବାଇଲ ଅଫ ରହିଛି । ପରିବାର ଲୋକ ଓ ଗ୍ରାମବାସୀ ମାନେ ବହୁ ଖୋଜାଖୋଜି କରିଛନ୍ତି ହେଲେ ତାଙ୍କର କୌଣସି ସନ୍ଧାନ ପାଇ ପାରିନାହାନ୍ତି । ତାଙ୍କ ସ୍ତ୍ରୀଙ୍କ କହିବା କଥା ଯେ ସରପଞ୍ଚ ପ୍ରାର୍ଥୀ ହେବା ଦିନ ଠାରୁ ତାଙ୍କୁ ଧମକ ମିଳୁଥିଲା । ଏଣୁ ତାଙ୍କୁ ଅପହରଣ କରାଯାଇଛି ବୋଲି କହିଛନ୍ତି ମନୋଜଙ୍କ ପତ୍ନୀ । ଗ୍ରାମବାସୀ ଓ ସମର୍ଥକମାନେ ଛେଣ୍ଡିପଦା ଥାନାରେ ଅପହରଣ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଛେଣ୍ଡିପଦା ପୋଲିସ ଘଟଣାର ତଦନ୍ତ କରୁଛି । ତାଙ୍କ ଫୋନ ଟ୍ରାକିଂ କରାଯାଇ ସେହି ଆଧାରରେ ପୋଲିସ ତାଙ୍କୁ ଖୋଜୁଥିବା ସୂଚନା ମିଳିଛି । ଖାଲି ଅନୁଗୋଳ ନିକଟରେ ଢେଙ୍କାନାଳ, ମାଲକାନଗିରିର ପ୍ରାର୍ଥୀ ନିଖୋଜ ଥିବା ଘଟଣା ସାମ୍ନାକୁ ଆସିଛି |

Related Posts