ମୋଦିଙ୍କ ଆକ୍ରମଣ ପରେ ପ୍ରତିଆକ୍ରମଣ କଲେ ରାହୁଲ ଗାନ୍ଧୀ: କଂଗ୍ରେସକୁ ଭୟ କରୁଛନ୍ତି ପ୍ରଧାନମନ୍ତ୍ରୀ

ଗୃହରେ କଂଗ୍ରେସକୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକ୍ରମଣକୁ ନେଇ ଚିହିଁକି ଉଠିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତି ଆକ୍ରମଣ କରିବା ସହ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଭୟ କରୁଥିବା କହିଛନ୍ତି ରାହୁଲ ଗାନ୍ଧୀ | ମୋଦି ସତ କହିବା ପାଇଁ ଡରୁଛନ୍ତି। ମୁଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲି। ପ୍ରଥମଟି ହେଉଛି ‘ଦୁଇଟି ଭାରତ’ ଏବଂ ଦ୍ୱିତୀୟଟି ହେଉଛି ଆମର ଗୋଟିଏ ପରେ ଗୋଟିଏ ସଂସ୍ଥା ଘରୋଇ ଅଧିନକୁ ଚାଲି ଯାଉଛି। ତୃତୀୟଟି ହେଉଛି ଭାରତ ସହ ଜଡ଼ିତ ଚୀନ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ପ୍ରସଙ୍ଗ। କିନ୍ତୁ ଏହି ସବୁ ପ୍ରସଙ୍ଗରେ କୌଣସି ଜବାବ ରଖି ନାହାନ୍ତି ପ୍ରଧାମନ୍ତ୍ରୀ। ସୋମବାର ସଂସଦରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ବିରୋଧରେ ପ୍ରବଳ ବର୍ଷିଥିଲେ। କୋଭିଡ୍ ପ୍ରଥମ ଲହର ସଂକ୍ରମଣ ପାଇଁ ମୋଦି କଂଗ୍ରେସକୁ ଦାୟୀ କରିଥିଲେ।

ମୋଦି କହିଥିଲେ ଯେ, କୋଭିଡ୍ କାଳରେ କଂଗ୍ରେସ ସବୁସୀମା ଡେଇଁ ଥିଲା । କରୋନାର ପ୍ରଥମ ଲହରରେ ଆମେ ଲକଡାଉନ୍‌ କରିଥିଲେ । ଯେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ) କହିଥିଲା କି ଯିଏ ଯେଉଁଠି ଅଛ ସେଇଠି ରୁହ। ଠିକ୍ ଏହି ସମୟରେ ମୁମ୍ବାଇ ରେଲୱେ ଷ୍ଟେସନରେ କଂଗ୍ରେସ ହିଁ ପ୍ରବାସୀ ଶ୍ରମିକମାନଙ୍କୁ ଟିକେଟ ଦେଇ ଭାଇରସ ବିସ୍ତାର କରିବା ପାଇଁ କାମ କରିଥିଲା।

ଏହା ବହୁତ ବଡ଼ ପାପ ବୋଲି ମୋଦି କହିଥିଲେ। ଆପଣମାନେ ଶ୍ରମିକ ମାନଙ୍କୁ ବିପଦକୁ ଠେଲି ଦେଇଥିଲେ। ଦିଲ୍ଲୀ ସରକାର ସହ ବିରୋଧୀ ଶାସିତ ରାଜ୍ୟକୁ ଟାର୍ଗେଟ କରି ଏମିତି ବର୍ଷି ଥିଲେ ମୋଦି । ହେଲେ ଜବାବରେ ରାହୁଲ କହିଛନ୍ତି ଯେ, ବାହ୍ୟ ବିପଦ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ହେଲେ ସେ ତାଙ୍କ କଥା ଶୁଣି ନାହାନ୍ତି ବୋଲି ରାହୁଲ କହିଛନ୍ତି। ମୁଁ ପୁଣି ଥରେ ଚୀନ ଏବଂ ପାକିସ୍ତାନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସତର୍କ କରାଉଛି ବୋଲି ରାହୁଲ କହିଛନ୍ତି । ଚୀନ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭାରତ ପାଇଁ ବିପଦ ବୋଲି ରାହୁଲ କହିଛନ୍ତି |

Related Posts