ରାଜନୀତିରେ ପୁଷ୍ପା କ୍ରେଜ; ପୁଷ୍କର ଧାମି ‘ଫ୍ଲାୱାର ଭି ହେ, ଅର ଫାୟାର ଭି ହେ’ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସାରା ବିଶ୍ୱରେ ପୁଷ୍ପା ଫିଲ୍ମ ଏଇ କିଛି ଦିନ ମଧ୍ୟରେ ବେଶ ପ୍ରସିଦ୍ଧି ଲାଭ କରିପାରିଛି । ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ପୁଷ୍ପା ଫିଲ୍ମର ଡାଇଲଗ । ଏହା ମଧ୍ୟରେ ଏହାର କ୍ରେଜ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ଚଳିତମାସ ଉତ୍ତରଖଣ୍ଡ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ଏନେଇ ସମସ୍ତ ରାଜନୈତିକ ଦଳମାନେ କିଭଳି ଭଲ ପ୍ରଦର୍ଶନ କରିପାରିବେ ସେନେଇ କଳ, ବଳ ଓ କୌଶଳ ଲଗାଇ ପ୍ରଚାର ଚଳାଇଛନ୍ତି । ଏହି କ୍ରମରେ ଉତ୍ତରାଖଣ୍ଡ ବିଜେପି ପାଇଁ ପ୍ରଚାର କରିବାକୁ ଯାଇଥିବା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ଜନସଭାକୁ ଉଦବୋଧନ ଦେବା ବେଳେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ପ୍ରଶଂସା କରିବାକୁ ଯାଇ କହିଛନ୍ତି କି “ଆମ ପୁସ୍କର ଫ୍ଲାୱାର ଭି ହେ ଅର ଫାୟାର ଭି ହେ” ।

ଜନସଭାକୁ ରାଜନାଥ କହିଥିଲେ କି ଏବେ ପୁଷ୍ପା ସିନେମାର ସଂଳାପ ବହୁତ ଚର୍ଚ୍ଚାରେ ରହିଛି । ଏହି କ୍ରମରେ ଆମ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ନାମ ଶୁଣି କଂଗ୍ରେସ ଭାବୁଛି କି ପୁଷ୍କର ସିଂ ଗୋଟେ ଫୁଲ , ମାତ୍ର ସେମାନଙ୍କୁ କହିବାକୁ ଚାହୁଁଛି ଯେ ଆମ ପୁଷ୍କର ଫୁଲ ବି ଓ ନିଆଁ ବି । ସେପଟେ କଂଗ୍ରେସକୁ ଟାର୍ଗେଟ କରି ରାଜନାଥ କହିଛନ୍ତି କି ନା କଂଗ୍ରେସର କିଛି ନୀତି ରହିଛି ନା ନିୟମ । ତେଣୁ କଂଗ୍ରେସ ଉପରେ ରାଜ୍ୟବାସୀ ବିଶ୍ୱାସ କରିବା ଉଚିତ ନୁହେଁ । କଂଗ୍ରେସ ସର୍ବଦା ଦେଶ ଓ ରାଜ୍ୟକୁ ଲୁଟିବାକୁ ଯୋଜନା କରିଛି ।

Related Posts