ପ୍ରଦୂଷଣ ଆଳରେ ଦେଶର ବୃହତ୍ତମ ସିରିଞ୍ଜ-ଛୁଞ୍ଚି କାରଖାନା ଉପରେ ଲାଗିଲା ରୋକ , ଟିକାକରଣ ଉପରେ ପଡ଼ିପାରେ ପ୍ରଭାବ

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ର ମାତ୍ର ବଢୁଥିବା ବେଳେ, ନୂଆଦିଲ୍ଲୀରେ ଥିବା ଦେଶର ବୃହତ୍ତମ ସିରିଞ୍ଜ-ଛୁଞ୍ଚି କାରଖାନାରେ ଉତ୍ପାଦନ ବନ୍ଦ ହୋଇଛି । ସେପଟେ ଉତ୍ପାଦନ ବନ୍ଦ ଥିବା ବେଳେ, ଏହାର ପ୍ରଭାବ ଟିକାକରଣ ଉପରେ ପଡ଼ିପାରେ | ଦେଶର ବୃହତ୍ତମ ସିରିଞ୍ଜ ନିର୍ମାତା ହିନ୍ଦୁସ୍ତାନ ସିରିଞ୍ଜେସ ଆଣ୍ଡ ମେଡିକାଲ ଡିଭାଇସେସ୍ (ଏଚଏମଡି) ର ତିନୋଟି ପ୍ଲାଣ୍ଟ ବନ୍ଦ ଥିବାରୁ ଦେଶରେ ସିରିଞ୍ଜର ଅଭାବ ଦେଖାଦେଇପାରେ । ସିରିଞ୍ଜ-ଛୁଞ୍ଚି ଉତ୍ପାଦନ ବନ୍ଦ ହେବା ପରେ ଏହା ଟିକାକରଣ ଅଭିଯାନ ଉପରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

ଫରିଦାବାଦରେ ଏଚଏମଡିର ପ୍ଲାଣ୍ଟ ବନ୍ଦ ହେବା ପରେ ଏହା ସମଗ୍ର ଦେଶ ଉପରେ ପ୍ରଭାବ ପକାଇବ। କାରଣ ଏହି ପ୍ଲାଣ୍ଟରୁ ଦୈନିକ ପ୍ରାୟ ୧୨ନିୟୁତ ସିରିଞ୍ଜ ତିଆରି କରାଯାଏ। ବର୍ତ୍ତମାନ ଚାଲୁଥିବା ଏକମାତ୍ର ପ୍ଲାଣ୍ଟରୁ ଦୈନିକ ପ୍ରାୟ ୪୦ଲକ୍ଷ ସିରିଞ୍ଜ ଉତ୍ପାଦନ ହେଉଛି। କିନ୍ତୁ ତାହା ମଧ୍ୟ ସୋମବାରଠାରୁ ବନ୍ଦ ହୋଇଯିବ।

ଏଚଏମଡିର ପରିଚାଳନା ନିର୍ଦ୍ଦେଶକ ରାଜୀବ ନାଥ କହିଛନ୍ତି ଯେ, ଦିଲ୍ଲୀ ନିକଟରେ ଥିବା ଫରିଦାବାଦରେ କମ୍ପାନିର ୪ଟି ଉତ୍ପାଦନ ୟୁନିଟ୍ ଅଛି, ସେଥିମଧ୍ୟରୁ ଶୁକ୍ରବାରଠାରୁ ୩ଟି ୟୁନିଟରେ ଉତ୍ପାଦନ ବନ୍ଦ ହୋଇଯାଇଛି। ହରିୟାଣା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶରେ ଉତ୍ପାଦନ ବନ୍ଦ କରିବାକୁ ପଡିଛି |

Related Posts