ଫ୍ରାନ୍ସରେ ନୂଆ ରେକର୍ଡ ସୃଷ୍ଟି କଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧ଲକ୍ଷ ୪ହଜାର ୬୧୧ ନୂଆ ଆକ୍ରାନ୍ତ ଚିହ୍ନଟ

ଫ୍ରାନ୍ସରେ ନୂଆ ରେକର୍ଡ ସୃଷ୍ଟି କରିଛି କରୋନା | ଲକ୍ଷେ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧ଲକ୍ଷ ୪ହଜାର ୬୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଲଗାତାର ତୃତୀୟ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଶୁକ୍ରବାର ଫ୍ରାନ୍ସରୁ ଚିହ୍ନଟ ହୋଇଥିଲେ ୯୪ହଜାର ୧୨୪ ଆକ୍ରାନ୍ତ । ଶନିବାର ବାହାରିଥିଲେ ୮୪ ହଜାର ସଂକ୍ରମିତ ହୋଇଥିଲେ । ଏହାକୁ ମିଶାଇ ସେଠାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୦ଲକ୍ଷ ୮୮ହଜାରକୁ ବୃଦ୍ଧି ପାଇଛି । ଓମିକ୍ରନ୍ ଯୋଗୁ ଫ୍ରାନ୍ସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ହୋଇଛି । ଓମିକ୍ରନ୍ ମୁକାବିଲା ନେଇ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମେକ୍ରୋନ୍ ।

Related Posts