ବଜେଟ୍-୨୦୨୨-୨୩: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ୧୦ ବଡ ଘୋଷଣା

ସଂସଦରେ ଉପସ୍ଥାପନ ହୋଇଛି ଚଳିତବର୍ଷର ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ଖାସକରି ମହିଳା, କୃଷକ, ଦଳିତ ଏବଂ ଯୁବପୀଢିଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ତେବେ ଜାଣନ୍ତୁ ବଡ ଘୋଷଣା

୧- ଆୟକର ଛାଡ ଶୀମା ଅପରିବର୍ତ୍ତିତ । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମାରେ ନାହିଁ କୌଣସି ପରିବର୍ତ୍ତନ ।

୨- ଚଳିତ ବଜେଟରେ ଯୁବପୀଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଦିଆଯିବ ୬୦ ଲକ୍ଷ ନିଯୁକ୍ତି, ଦେଶରେ କମିବ ବେରୋଜଗାର ଏବଂ ବେକାରୀ ।

୩- ଆସନ୍ତା ୩ବର୍ଷରେ ୪ଶହ ନୂଆ ଜେନେରେଶନର ବନ୍ଦେ ଭାରତ ଟ୍ରେନ୍ ଚାଲୁ ହେବ ।

୪- ଚଳିତ ବର୍ଷରୁ ହିଁ ୫ଜି ସେବା ଆରମ୍ଭ ହେବ

୫- ଡାକଘରେ ଆରମ୍ଭ ହେବ କୋର ବ୍ୟାଙ୍କିଂ ସେବା । ଅନଲାଇନ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ, ଏଟିଏମ୍ ଏବଂ ଅନଲାଇନ୍ କାରବାର ସେବା ଆରମ୍ଭ ହେବ ।

୬- ରାଜ୍ୟମାନଙ୍କୁ ବିନା ସୁଧରେ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ୫୦ବର୍ଷ ପାଇଁ ବିନା ସୁଧରେ ଦିଆଯିବ ଋଣ ସୁବିଧା

୭- ଦେଶରେ ଏକ ଡିଜିଟାଲ୍ ୟୁନିଭରସିଟି ନିର୍ମାଣ କରାଯିବ । ସ୍କୁଲର ସବୁ ଶ୍ରେଣୀଗହରେ ଲାଗିବ ଟିଭି ।

୮- ପିଏମ୍ ଆବାସ ଯୋଜନାରେ ୮୦ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୪୮ ହଜାର କୋଟି

୯- ୨୦ ହଜାର କୋଟି ଟଙ୍କା ବେୟରେ ନିର୍ମାଣ ହେବ ୨୫ ହଜାର କିଲୋମିଟରର ଜାତୀୟ ରାଜପଥ

୧୦- ଦେଶରେ ଲାଗୁ ହେବ ଇ-ପାସପୋର୍ଟ।

ଅନ୍ୟପଟେ ବଜେଟ୍ ଉପସ୍ଥାପନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ବଜେଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । କହିଲେ, ଅର୍ଥବ୍ୟବସ୍ଥା ମଜବୁତ ହେବ, ନୂଆ ନିଯୁକ୍ତି ସୃଷ୍ଟି କରିବ । ମହାମାରୀ ଭିତରେ ବିକାଶ ପାଇଁ ବିଶ୍ୱାସ ଜନ୍ମାଇଛି ବଜେଟ ।

ଆଉ ସାଧାରଣ ଲୋକଙ୍କ ପାଇଁ ଏଭଳି ଏକ ବଜେଟ ଆଣିଥିବାରୁ ଅର୍ଥମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବଜେଟ ଆଗତ ପରେ ମୋଦୀ କହିଛନ୍ତି, ମହାମାରୀ ଭିତରେ ବିକାଶ ପାଇଁ ବିଶ୍ୱାସ ଜନ୍ମାଇଛି ଏହି ବଜେଟ । ଏହା କେବଳ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବନି ବରଂ ଦେଶକୁ ଆଗକୁ ନେବାକୁ ନୂଆ ଅବସର ସୃଷ୍ଟି କରିବ । ବିଭିନ୍ନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବ ଏହି ବଜେଟ ।
ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ଉତ୍ତରପୂର୍ବ ଅଞ୍ଚଳ ପାଇଁ ପ୍ରଥମଥର ପର୍ବତମାଳା ଯୋଜନା ଆରମ୍ଭ କରାଯାଇଛି । ଏହା ପାହାଡିଆ ଅଞ୍ଚଳରେ ଆଧୁନିକ ବ୍ୟବସ୍ଥାର ନିର୍ମାଣ କରିବ । ଏହାଛଡା କୃଷକ ମାନଙ୍କ କଲ୍ୟାଣ ପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଯାଇଛି । ଏହାଛଡା ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗର ଗଙ୍ଗା ନଦୀ କୂଳରେ ରସାୟନମୁକ୍ତ ଫାର୍ମିଂକୁ ପୋତ୍ସାହନ ଦିଆଯିବ । ଯାହାଦ୍ୱାରା ଗଙ୍ଗା ନଦୀକୁ ରସାୟନମୁକ୍ତ କରାଯାଇପାରିବ । ଏହାସହ ଏମଏସପି ବାବଦକୁ ଚାଷୀଙ୍କୁ ୨.୨୫ ଲକ୍ଷ କୋଟି ଟଙ୍କା ଦିଆଯିବ । ଯାହା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବ । ଏହାଛଡା ଅନେକ ନୂଆ ଯୋଜନା ଅଣାଯାଇଛି। ଯାହାଦ୍ୱାରା କେବଳ ବିକାଶ ନୁହେଁ ବରଂ ଯୁବବର୍ଗଙ୍କୁ ବେଶ ସୁହାଇବ ।

Related Posts